ଆନ୍ଧ୍ରପ୍ରଦେଶରେ ଜଗନ ମୋହନ

ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାଚ୍ୟୁତ୍‌ ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ୧୭୮ଟି ବିଧାନସଭା ଆସନରୁ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୧୪୯ଟି ଆସନରେ ଯଥେଷ୍ଟ ଆଗରେ ରହିଛି। ସେହିପରି ଟିଡିପି ୨୫ଟି ଓ ଜନସେନା ପାର୍ଟି ୧ଟି ଆସନରେ ଆଗରେ ରହିଛି। ଏଭଳି ଟ୍ରେଣ୍ଡ ଦେଖି ୱାଇଏସ୍‌ଆର କଂଗ୍ରେସ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୮୮।

Spread the love