ଭୁବନେଶ୍ୱର ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ଭୁବନେଶ୍ୱର, ୦୯।୧୧: ଓଡ଼ିଶା ଏବଂ ଆନ୍ଧ୍ରପ୍ରେଦଶକୁ ନେଇ ରହିଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେ ସିଧାସଳଖ ନବୀନ ନିବାସକୁ ଯିବା ନେଇ ସୂଚନା ମଳିଛି ।

ବିଶେଷ କରି ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଦୀର୍ଘ ଦିନ ହେଲାଣି ଲାଗି ରହିଛି । ଅନେକ ସମୟରେ ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହେଉଛନ୍ତି ପ୍ରଶାସନିକ ଅଧିକାରୀ । ପୂର୍ବରୁ ଆନ୍ଧ୍ର ମଧ୍ୟ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିଛି । ଉଭୟ ରାଜ୍ୟର ସୀମାରେ ଥିବା ୨୧ ଟି ଗାଁକୁ ନେଇ  ବିବାଦ ଲାଗି ରହିଛି । ଏପରିକି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ତେଣୁ ଉଭୟଙ୍କ  ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନାର ରାସ୍ତା ବାହାରି ପାରେ ବୋଲି ଆଶା କରାଯାଉଛି ।

Spread the love