ନବ ଯୌବନ ଦୃଶ୍ୟଚ- ରାତି ୧୧.୩୦ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସକାଶେ ପ୍ରବଳ ଲୋକ ଭିଡ଼ ହୋଇଥିବା ହେତୁ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନର ସମୟ ଅବଧିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢ଼ାଇ ଦିଆଯାଇଛି। ରାତି ୧୧.୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ପୂର୍ବରୁ ନବ ଯୌବନ ଦର୍ଶନ ପାଇଁ ସମୟ ଅବଧି ୪.୩୦ଟା ରଖା ଯାଇଥିଲା। ସ୍ନାନ ଯାତ୍ରା ପରେ ଅସୁସ୍ଥ ହୋଇ ଅଣସର ଘରେ ଥିବା ବଡ଼ ଠାକୁର ସୁସ୍ଥ ହେବା ପରେ ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ବାହାରକୁ ବାହାରିଛନ୍ତି।

ଶ୍ରୀଜିଉଙ୍କ ଦର୍ଶନ ସକାଶେ ୨୦ ଟଙ୍କାରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ପାରମାଣିକ ଟିକେଟ୍‌ କାଟି ଭକ୍ତମାନେ ଦର୍ଶନ କରିଛନ୍ତି। ପାରମାଣିକ ଟିକେଟ୍‌ରେ ଜଗନ୍ନାଥଙ୍କୁ ପ୍ରଥମେ ଦର୍ଶନ କରିବା ପାଇଁ ଧାଡ଼ି ଲଗାଇଥିବା ଭକ୍ତମାନେ ୩ଟାରୁ ୪ଟା ମଧ୍ୟରେ ଦର୍ଶନ ସରିଛନ୍ତି। ଏହା ପରେ ସାହାଣ ମେଳା ଦର୍ଶନ ହେବାର ବନ୍ଦୋବସ୍ତ ରହିଛି। ସାହାଣ ମେଳା ଦର୍ଶନ ପରେ ସର୍ବସାଧାରଣ ଦର୍ଶନ ରାତି ୧୧.୩୦ଟା ପର୍ଯ୍ୟନ୍ତ ଚାଲୁ ରହିବ।

Spread the love