ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ଅବସରରେ ଦିବ୍ୟ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ଅବସରରେ ଦିବ୍ୟ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ ହୋଇଛି । ପୋଲିସ ଛାଉଣୀରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ନୀତି କରାଯାଇଛି । ରତ୍ନ ସିଂହାସନ ଛାଡ଼ି ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ଧାଡି ପହଣ୍ଡିରେ ରତ୍ନସିଂହାସନରୁ ବାହାରି ଆସିଥିଲେ ମହାପ୍ରଭୁ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଆସିଥିଲେ ଶ୍ରୀଜଗନ୍ନାଥ । ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି । ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ତିନି ଠାକୁର । ଛେରା ପହଁରା କରିଥିଲେ ଗଜପତି ମହାରାଜଙ୍କ ମୁଦିରସ୍ତ । ଏହାପରେ ଶ୍ରୀଜିଉଙ୍କ ହାତୀ ବେଶ କରାଯାଇଛି ।

Spread the love