କ୍ଷୀର ପିଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା

ନରସିଂହପୁର, ୨୨/୦୫: ନରସିଂହପୁର ବ୍ଲକ ଅନ୍ତର୍ଗତ ନିଜିଗଡ଼ ବାଲିସାହି ଗ୍ରାମର ମଦନ ଘଡେଇ ଙ୍କ ଘରେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା କ୍ଷୀର ପିଉଥିବା ନେଇ ଚର୍ଚ୍ଚା ହେଉଛି l ପୁରୀରୁ ଜଣେ ସମ୍ପର୍କୀୟ ଫୋନ କରି ଜଗନ୍ନାଥ କ୍ଷୀର ପିଉଥିବା ଘଟଣା ତାଙ୍କୁ କହିଥିଲେ । ଦିନ ୨ଟାରୁ ଏଇଭଳି ଭାବେ ତାଙ୍କ ଘରେ କ୍ଷୀର ପିଉଥିବା ଦେଖିବାକୁ ମିଳିଛି।

କ୍ଷୀର ତାଙ୍କ ପାଟିରେ ଦେଲେ ଆପେ ଆପେ ଅନ୍ତର୍ଧ୍ୟାନ ହୋଇ ଯାଉଛି । କିନ୍ତୁ ଅନ୍ୟ କୌଣସି ସ୍ଥାନରେ ଦେଲେ କ୍ଷୀର ସେଇଭଳି ରହୁଛି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଘରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଏହି ଖବର ଶୁଣି ଗ୍ରାମର ଅନ୍ୟମାନେ ତାଙ୍କ ଠାକୁର ଘରେ କ୍ଷୀର ଦେଉଥିଲେ ମଧ୍ୟ ଆଉ କେଉଁଠି ଏଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ମାତ୍ର ଏହି ଘଟଣାକୁ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ହେଉଛି ।

କିନ୍ତୁ କିଛି ଲୋକ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଯେଉଁମାନେ ଦେଖିଛନ୍ତି ସେମାନେ ବିଶ୍ୱାସ କରୁଛନ୍ତି । ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧ ବିଶ୍ୱାସ ମଧ୍ୟରେ ଏହି ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ହେଉଛି।

Spread the love