ୟେସ୍‌ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ଟଙ୍କା

 ଭୁବନେଶ୍ୱର, ୧୯/୦୩:  ସଙ୍କଟରେ ଚାଲିଥିବା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା ଗତକାଲିଠାରୁ ସ୍ୱାଭାବିକ ହୋଇଛି । ଏହାରି ମଧ୍ୟରେ ବ୍ୟାଙ୍କରୁ ଫେରିଆସିଛି ଜଗନ୍ନାଥଙ୍କ ଜମା ଟଙ୍କା । ଶ୍ରୀମନ୍ଦିରର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଫେରିଛି ବୋଲି ଜଣାପଡିଛି । ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି । ୧୫୬ କୋଟି ଟଙ୍କାର ଅନ୍ୟ ୨ଟି ସ୍ଥାୟୀ ଜମା ମାର୍ଚ୍ଚ ୩୦ରେ ମିଳିଯିବ । ଜମା ହୋଇଥିବା ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ମଧ୍ୟରୁ ମୂଳ ଧନ ୩୮୯ କୋଟି ଟଙ୍କା ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ, ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି। ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଫେରାଇ ଅଣାଯିବ ବୋଲି ଗତକାଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ।

Spread the love