ଜଗନ୍ନାଥ ମନ୍ଦିର ପାଇଁ ୧କୋଟି ଦାନ କଲେ ଆମେରିକୀୟ ଡାକ୍ତର

ଯାଜପୁର : ଯାଜପୁର ବ୍ଳକ ବେରୁଦା ପଂଚାୟତ ଜଗତପୁର ଠାରେ ନୂତନ ଜଗନ୍ନାଥ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମରେ ସୁଦୂର ଆମେରିକାରେ ରହୁଥିବା ଭାସ୍କର ନାୟକ ଏହି ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି ।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଆଖ ପାଖ ଅଂଚଳର ବହୁ ଗ୍ରାମବାସୀ ସାମିଲ ହୋଇଥିଲେ। ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ ଯୋଗ ଦେଇ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୂଚନା ଥାଉକି, ଯାଜପୁର ବ୍ଲକ ବେରୁଦା ପଂଚାୟତ ଜଗତପୁର ଠାରେ ଏକ ଜଗନ୍ନାଥ ମନ୍ଦିର ମନ୍ଦିର ପ୍ରତିଷ୍ଠା ପାଇଁ ବେରୁଦା ମାଟିର ପୁଅ ତଥା ଆମେରିକାର ପ୍ରତିଷ୍ଠିତ ଡାକ୍ତର ଭାସ୍କର ଚନ୍ଦ୍ର ନାୟକ ଓ ପତ୍ନୀ ଇନ୍ଦ୍ରଜିତା ନାୟକ ଏହି ଭୂମିପୂଜା କରିଛନ୍ତି ।ଭାସ୍କରଙ୍କ ମତରେ ଜଗନ୍ନାଥ ହେଉଛନ୍ତି ହିନ୍ଧୁ ମାନଙ୍କର ପ୍ରଥମ ଦେବତା । ତାଙ୍କ ବାପା ଜଗନ୍ନାଥଙ୍କ ଭକ୍ତ ଥିବା ବେଳେ ସେ ମଧ୍ୟ ଜଗନ୍ନାଥଙ୍କ କୃପାରେ ଆଜି ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତାଙ୍କ ମା ଭାସ୍କରଙ୍କୁ   କାନ୍ଧରେ ବସାଇ ପୁରୀକୁ ଯାଇଥିବା କଥା ଭାବ ବିହ୍ୱଳ ହୋଇ କହିଛନ୍ତି । ଜଗନ୍ନାଥ ପ୍ରେମ ହିଁ ତାଙ୍କୁ ୧୭ ବର୍ଷ ତଳେ ଆମେରିକାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ ।

ମନ୍ଦିର ପାଇଁ ଗ୍ରାମର କିଛି ବ୍ୟକ୍ତି ଜମି ଦାନ କରିଥିବା ବେଳେ ଭାସ୍କର ଏକ ଆକର୍ଷଣୀୟ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କାର ଅର୍ଥ ଦାନ କରିଛନ୍ତି । ତେବେ ଏହି ମନ୍ଦିର ହେଲେ ସ୍ଥାନୀୟ ଅଂଚଳରେ ଧାର୍ମିକ ମନୋଭାବ ବଢ଼ିବା ସହ ଅଂଚଳର ମଧ୍ୟ ପରିଚୟ ବୃଦ୍ଧି ହେବ ।

Spread the love