ଦିନ ୧୨ଟା ଯାଏ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଦିନ ୧୨ଟା ଯାଏ ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ସୂଚନା ଅନୁଯାୟୀ ତିନି ଠାକୁରଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଇଁ ରତ୍ନସିଂହାସନରେ ଚାରମାଳ ବନ୍ଧାଯିବା ସହ ସେନାପଟା ଲାଗି ଅନୁଷ୍ଠିତ କରାଯିବ, ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ତାହା ସହ ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ଦର୍ଶ କରିବା ସହ ଆନନ୍ଦବଜାରରୁ ମହାପ୍ରସାଦ କିଣିପାରିବେ । ଚାରମାଳ ବନ୍ଧା ଓ ସେନାପଟା ଲାଗି ଶେ​‌ଷ ପରେ ଦିନ ୧୨ଟାରେ ଠାକୁରଙ୍କ ମଙ୍ଗଳ ଆଳତି ହେବ, ଏହା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।ଆଜି ତ୍ରୟୋଦଶୀ ତିଥି ଥିବାରୁ ଦଇତାପତି ପ୍ରବେଶ କରିଛନ୍ତି । ବିଳମ୍ବିତ ରାତିରେ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ରତ୍ନସିଂହାସନରେ ଚାରମାଳ ବନ୍ଧାଯାଇଛି । ଦିନ ସାଢ଼େ ୧୧ଟା ସୁଦ୍ଧା ସେନାପଟ୍ଟା ଲାଗି ଶେଷ ହେବାର ସମ୍ଭାବନା ରହିଛି । ଏହି ନୀତି ଯୋଗୁ ଦିନ ୧୨ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love