କୋରାପୁଟ ବାସୀଙ୍କ ପାଇଁ ଖୁସି ଖବର, ଉଡିବ ଦ୍ୱିତୀୟ ବିମାନ

ଭୁବନେଶ୍ୱର: ଭୁବନେଶ୍ବରଠାରୁ ଜୟପୁରକୁ ଖୁବଶୀଘ୍ର ଚାଲିବ ଆଉ ଏକ ବିମାନ। ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୂର୍ବରୁ ଗୋଟିଏ ବିମାନ ଯିବା ଆସିବା କରୁଥିଲା । ଫଳରେ କମ ସଂଖ୍ୟକ ଯାତ୍ରୀ ଯିବା ଆସିବା କରି ପାରୁଥିଲେ। ଏହି ସମସ୍ୟା ଦୂର କରିବାପାଇଁ ଆଉ ଗୋଟିଏ ବିମାନ ଉଡାଣ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଏନେଇ ଖୁସି ପ୍ରକାଶ କରିଛନ୍ତି କୋରାପୁଟ ଜିଲ୍ଲା ବାସୀ ।

Spread the love