ଏବେ ବି ଅକ୍ଷତ ରହିଛି ଜୈଶ୍‌-ଇ-ମହମ୍ମଦ୍‌ ମଦ୍ରାସା: ରିପୋର୍ଟ

ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିରରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ନେଇ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଜାରି ରହିିଛି ଚର୍ଚ୍ଚା। ପୂର୍ବରୁ ନ୍ୟୁୟର୍କ ଟାଇମସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ନେଇ ବିବାଦୀୟ ଲେଖା ପ୍ରକାଶ ପାଇଥିବାବେଳେ ଏବେ ଖବର ସରବରାହ ସଂସ୍ଥା ରଏଟର ରିପୋର୍ଟକୁ ନେଇ ଏକ ନୂଆ ଆଲୋଚନା ଆରମ୍ଭ ହୋଇଛି।

ରଏଟର ପକ୍ଷରୁ ସାଟେଲାଇଟ୍‌ ଫଟୋଚିତ୍ର ନେଇ ଲେଖା ପ୍ରକାଶ ହୋଇଛି। ବାୟୁସେନାର ଏୟାର ଷ୍ଟାଇକ୍‌ ପରେ ଏହି ଅଞ୍ଚଳର ଫଟୋ ହାଇ ରିଜୋଲ୍ୟୁସନ୍‌ରେ ଉଠା ଯାଇଥିଲା। ଦେଖାଯାଇଥିଳା ଯେ, ଏଠାରେ ଥିବା ଜୈଶ୍‌-ଇ-ମହମ୍ମଦ ମଦ୍ରାସା ଗୁଡ଼ିକର କୌଣସି କ୍ଷତି ହୋଇନାହିଁ।

2018 ଶେଷ ଭାଗରେ ନିଆଯାଇଥିବା ଚିତ୍ର ସହିତ ଏହି ନୂଆ ଚିତ୍ର ମେଳ ଖାଉଛି। ବୋଧହୁଏ ଭାରତୀୟ ବାୟୁସେନାର ଷ୍ଟାଇକ୍‌ ଲକ୍ଷ୍ୟଚ୍ୟୁତ ହୋଇଥିବା ଏଥିରେ କୁହାଯାଇଛି। ବାୟୁସେନା ଏୟାର ଷ୍ଟ୍ରାଇକ୍‌ ନେଇ ଏୟାର ଚିଫ୍‌ ମାର୍ଶାଲ ବି.ଏସ୍‌.ଧାନଓ୍ବା କହିଥିଲେ ଯେ, ମୃତକଙ୍କ ସଂଖ୍ୟା ଗଣିବା ବାୟୁସେନାର କାମ ନୁହେଁ।

ଏବେ ରଏଟରର ସାଟେଲଇାଟ୍‌ ଚିତ୍ର ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।  ଶହୀଦ୍‌ଙ୍କୁ ନେଇ ଭାଜପା ସରକାର ଘୃଣ୍ୟ ରାଜନୀତି କରୁଥିବା ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଛି ଅଭିଯୋଗ।

Spread the love