ପୁଲୱାମାଠାରୁ ବଡ଼ ଧରଣ ହମ୍ଲା କରିବାକୁ ଜୈଶର ମସୁଧା!
ଭାରତରେ ପୁଣିଥରେ ବଡ଼ ଧରଣର ଆତଙ୍କବାଦୀ ହମ୍ଲା କରିବାକୁ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ମସୁଧା କରିଛି।
ପୁଲୱାମାରେ ଯେମିତି ଆଇଇଡି ବିସ୍ଫୋରଣ କରି ଆତଙ୍କବାଦୀମାନେ ୪୦ ଜଣ ଯବାନଙ୍କ ଜୀବନ ନେଇଥିଲେ, ତା’ଠାରୁ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଜୈଶ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।
ଏଥିପାଇଁ ଜୈଶର ଶୀର୍ଷ ସ୍ତରୀୟ ଆତଙ୍କବାଦୀମାନେ କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଫେବୃଆରୀ ୧୬-୧୭ରେ ହୋଇଥିବା ଏହି ଆଲୋଚନାରୁ ଗୁଇନ୍ଦା ବିଭାଗ ହମ୍ଲା ସଂକ୍ରାନ୍ତ ତଥ୍ୟ ହାସଲ କରିଛି।
ଗୁଇନ୍ଦା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ୨ରୁ ୩ ଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଫିଦାୟିନ୍ ହମ୍ଲା କରିବାର ଆଶଙ୍କା ରହିଛି। ଏହି ସତର୍କ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କୁ ସଜାଗ ରହିବାକୁ କୁହାଯାଇଛି।