ଭାରତ-କାନାଡା ସଂପର୍କ କଠିନ ସମୟ ଦେଇ ଗତି କରୁଛି : ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଏବେ ଅଟକିଯାଇଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ କଠିନ ସମୟ ଦେଇ ଗତି କରୁଛି ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି, ବର୍ତ୍ତମାନ ଲୋକମାନଙ୍କ ସବୁଠାରୁ ବଡ ଚିନ୍ତା ହେଉଛି ଭିସା ବନ୍ଦ କୁ ନେଇ ରହିଛି । ଭାରତ ସରକାର ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ମାତ୍ରେ ପୁଣି ଥରେ ଭିସା ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଜୟଶଙ୍କର କହିଛନ୍ତି, କିଛି ସପ୍ତାହ ତଳେ ଭାରତ ସରକାର କାନାଡାକୁ ଭିସା ଦେବା ବନ୍ଦ କରିଦେଇଥିଲେ। ଏହି କାମକୁ ଜାରି ରଖିବା ଭାରତୀୟ କୂଟନୀତିଜ୍ଞଙ୍କ ପାଇଁ ନିରାପଦ ନଥିଲା। ଭିସା ପ୍ରଦାନ ପାଇଁ ସେମାନଙ୍କ ପାଇଁ ଅଫିସ ଯିବା ନିରାପଦ ନଥିଲା । ତେଣୁ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଭିସା ପ୍ରଦାନ ସୁବିଧାକୁ ସାମୟିକ ଭାବେ ବନ୍ଦ କରିବାକୁ ପଡ଼ିଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଏହି ସମଗ୍ର ମାମଲା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଯଦି ପରିସ୍ଥିତି ସ୍ୱାଭାବିକ ହୁଏ, ତେବେ ଆମେ ଏହି ସୁବିଧା ( ଭିସା ସେବା) ପୁଣି ଆରମ୍ଭ କରିବା ପାଇଁ ଉଦ୍ୟମ କରିବୁ । କାନାଡାରେ ଭାରତୀୟ କୂଟନୀତିଜ୍ଞମାନେ ସୁରକ୍ଷିତ ନାହାନ୍ତି । କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରିବା ଭିଏନା କନଭେନସର ମୂଳ ଭିତ୍ତି, ଯାହାକୁ କାନାଡା ପାଳନ କରିନାହିଁ ।

Spread the love