ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଭାରତୀୟ ପୋଲିସ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିବା ଜଳଦ କୁମାର ତ୍ରିପାଠୀ ହୋଇଛନ୍ତି ନୂଆ ମୁଖ୍ୟ ସୂଚନା କମିଶନର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି ବିଜ୍ଞପ୍ତି । ପୂର୍ବରୁ ଜଳଦ କୁମାର ତ୍ରିପାଠୀ ପୋଲିସ ସେବାରୁ ଅବସର ଗ୍ରହଣ କରିଥିଲେ । କିନ୍ତୁ ବରିଷ୍ଠ ଅବସର ପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କ ନାମ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା ।

୧୯୮୫ ମସିହା ବ୍ୟାଚ୍ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ପୂର୍ବରୁ ଅନେକ ବିଭାଗକୁ ଦକ୍ଷତାର ତୁଲାଇଛନ୍ତି । ପୋଲିସ ପ୍ରଶାସନିକ ସେବାରେ ଜଳଦ କୁମାର ତ୍ରିପାଠୀଙ୍କ ଅନେକ ଅଭିଜ୍ଞତା ରହିଛି । ତେଣୁ ତାଙ୍କ ନାମକୁ ଚୟନ କମିଟି ସୁପାରିସ କରିଥିଲେ । ରାଜ୍ୟପାଳ ଆଜି ଅନୁମୋଦନ ମାରିବା ପରେ ଜଳଦ କୁମାର ତ୍ରିପାଠୀ ନୂତନ ସୂଚନା କମିଶନର ହୋଇଛନ୍ତି ।

Spread the love