ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁରୁସୁଆଁ ପଞ୍ଚାୟତ କିଆପଡା ଗ୍ରାମର ବୈତରଣୀ କୂଳରେ ରାଜ୍ୟ ସରକାରଙ୍କ ବିଜୁ କୃଷକ ବିକାଶ ଯୋଜନାରେ ପାଖାପାଖି ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ ପ୍ରକଳ୍ପକୁ ମଙ୍ଗଳବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଜରିଆରେ କିଆପଡା ଗ୍ରାମର  ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବ ବୋଲି ବିଧାୟକ ମତ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୁରୁସୁଆଁ ସରପଞ୍ଚ ସୁନିତା ନାଏକ ପାଣି ପଞ୍ଚାୟତ ସଭାପତି ହୃଦାନନ୍ଦ ଦାସ ଓ ସଂପାଦକ ସଚିଦା ନନ୍ଦ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Spread the love