ଅଗ୍ନିକାଣ୍ଡରେ ଜଳିଗଲା ସାତ ବଖରା

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ଚାରୋଟି ପରିବାରର ସାତ ବଖରା ଘର। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ  ହୋଇ ଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମର ନାୟକ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସନ୍ଧ୍ୟା ସମୟରେ ଘରେ ସମସ୍ତ ପରିବାର ଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁର ପ୍ରକୋପ ଦେଖି ଘର ଲୋକ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ। ଘରୁ କୌଣସି ଜିନିଷ ପତ୍ର ବାହାର କରି ପାରିନଥିଲେ। ଘରେ  ଥିବା ଚାଉଳ, ଟଙ୍କା, ପଇସା, ଆସବାବପତ୍ର ସବୁ ଜଳି ପୋଡି ଛାରଖାର ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ, ବିଦ୍ୟୁତ ସର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Spread the love