ବିନା ଅନୁମତିରେ କଲେଜ ଭିତରେ ପ୍ରବେଶ କରିଥିବାରୁ ପୁଲିସ ବିରୋଧରେ ଏଫଆଇଆର ହେବ- ଜାମିଆ ପ୍ରଶାସନ

ନାଗରିକତା ସଂଶୋଧନ ଆଇନ ବିରୋଧରେ ରବିବାର ଦିନ ଜାମିୟା ନଗରେ ହୋଇଥିବା ହିଂସା ଉପରେ ଦିଲ୍ଲୀ ପୁଲିସ ଏବଂ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ପୁଲିସ ଗୋଟିଏ ପଟେ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରି ହିଂସାର ତଦନ୍ତ ଆରମ୍ଭ କରିଛି, ଅନ୍ୟପଟେ ଜାମିୟାର ଭିସି ନଜମା ଅଖତର ପୁଲିସ ଉପରେ ଜବରଦସ୍ତି ବିଶ୍ୱ ବିଦ୍ୟାଳୟରେ ପଶିଥିବା ଅଭିଯୋଗ କରିଛନ୍ତି । ଏହାସହ ପୁଲିସ ବିରୋଧରେ ଏଫଆଇଆର ରୁଜୁ କରାଯିବ ବୋଲି ଭିସି କହିଛନ୍ତି । ଦିଲ୍ଲୀ ପୁଲିସ ଗତକାଲି ହୋଇଥିବା ଘଟଣା ଉପରେ ସଫେଇ ଦେଇଛି । ବସରେ ନିଆଁ ଲଗାଇବା ଅଭିଯୋଗ ଉପରେ ଦିଲ୍ଲୀ ପୁଲିସ ସଫେଇ ଦେଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ପୁଲିସ କମିଶନର ଚିନ୍ମୟ ବିଶ୍ୱାଳ କହିଛନ୍ତି ଯେ ପୁଲିସ ବସରେ ନିଆଁ ଲଗାଇନି ବରଂ ଲିଭାଉଥିଲା । ସେ ସ୍ପଷ୍ଟ ରୁପେ କହିଛନ୍ତି ଯେ ବୋତଲ ଏବଂ ଡବା ଗୁଡିକରେ ପେଟ୍ରୋଲ ନଥିଲା ପାଣି ଥିଲା ।

ଉଲ୍ଲେଖଯୋଗ୍ୟ ଯେ ଜାମିୟା ଅଞ୍ଚଳରେ ହିଂସକ ବିରୋଧ ସମୟରେ ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଦେଖିବା ପରେ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନ ଉଠିଥିଲା । ଏହି ଭିଡିଓରେ ଜଣେ ପୁଲିସକର୍ମୀ ପ୍ଲାଷ୍ଟିକର ଏଖ କେନକୁ ବସର ପଛପଟେ ନେଇ ଯାଉଥିବା ଦେଖିବାକୁ ମିଳୁଛି । ଜାମିୟା ମିଲିଆ ଇସଲାମିୟା ବିଶ୍ୱ ବିଦ୍ୟାଳୟରେ ଦିଲ୍ଲୀ ପୁଲିସର କଥିତ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗରେ ମାମଲା ରୁଜୁ କରାଯାଇଛି । ଅଭିଯୋଗକାରୀ ସୌରଭ ଦାସ ଅଭିଯୋଗ କରିଛନ୍ତି ଯେ, ଡିସେମ୍ୱର 15 ତାରିଖ ରାତିରେ ପୁଲିସ କମିଶନର ( ଦକ୍ଷିଣ-ପୂର୍ବ)ଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସହ ଦୁର୍ବ୍ୟବହାର କରିଥିଲା ।

Spread the love