ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ

ଆଜି ଧାରା ୩୭୦ ଉପରେ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜମ୍ମୁ – କାଶ୍ମୀର ଭାରତରେ ମିଶିବା ପରେ ଏହାର କୌଣସି ନିଜସ୍ୱ ସାର୍ବଭୌମତ୍ୱ ନାହିଁ । ତେଣୁ ଏହାକୁ ସ୍ୱତନ୍ତ୍ର କ୍ଷମତା ଦେଉଥିବା ୩୭୦ ଧାରାକୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:  ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏହାକୁ ଉଚ୍ଛେଦ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି । ତେଣୁ ୨୦୧୯ରେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଶେଷ କରିବାକୁ ରାଷ୍ଟ୍ରପତିଙ୍କ ଆଦେଶ ବୈଧ ଥିଲା । ଅବଶ୍ୟ ଜମ୍ମୁ –କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟର ମାନ୍ୟତା ଦିଆଯିବ । ଏହାସହ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ -କାଶ୍ମୀରରେ ନିର୍ବାଚନ ହେବ । ଏହାର ଅର୍ଥ ୯ ମାସ ଭିତରେ ସରକାରଙ୍କୁ ଏଠାରେ ନିର୍ବାଚନ କରିବାକୁ ପଡିବ । ସରକାର ମଧ୍ୟ ଜମ୍ମୁ-କାଶ୍ମୀରେ ନିର୍ବାଚନ କରିବାକୁ ବୟାନ ଜାରି କରିସାରିଛନ୍ତି । ନିର୍ବାଚନ କମିଶନ ଏନେଇ ଘୋଷଣା କରିବେ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଲେ ଯେ, ଜମ୍ମୁ-କାଶ୍ମୀର ଦେଶର ଅଭିନ୍ନ ଅଙ୍ଗ । ଏହାର କୌଣସି ନିଜସ୍ୱ ପ୍ରଭୁତ୍ୱ ନାହିଁ  ଭାରତୀୟ ସମ୍ବିଧାନରେ ୩୭୦ ଧାରାର ଉଲ୍ଲେଖ ରହିଛି । କିନ୍ତ ଏହାକୁ ଦେଶର ଐକ୍ୟ ପାଇଁ ଲାଗୁ କରାଯାଇଥିଲା , ଜମ୍ମ- କାଶ୍ମୀରର ବିଭାଜନ ପାଇଁ ନୁହେଁ । ତେଣୁ ଏହାକୁ ଉଚ୍ଛେଦ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି । ଏପରିକି ଜମ୍ମୁ-କାଶ୍ମୀରର ସମ୍ବିଧାନ ସଭାକୁ ଭଙ୍ଗ କରାଯିବା ପରେ ମଧ୍ୟ ରାଷ୍ଟ୍ରପତିଙ୍କ ଏହି କ୍ଷମତା ବଜାୟ ରହିବ ।

Spread the love