ମୋଦି ଶାସନରେ ଓଡିଆ ସମ୍ମାନିତ, ଜମ୍ମୁ -କାଶ୍ମୀର ପ୍ରଥମ ଉପରାଜ୍ୟପାଳ ପଦରେ ଓଡ଼ିଆ ପୁଅ

ମୋଦି ଶାସନରେ ଓଡିଆ ସମ୍ମାନିତ । ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ତଥା ଗୁଜୁରାଟ କ୍ୟାଡର ଆଇ.ଏ.ଏସ୍ ଅଫିସର ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ଧାରା ୩୭୦ ଉଚ୍ଛେଦ ପରେ ନୂତନ ଭାବେ ଗଠିତ ଜାମ୍ମୁ କାଶ୍ମୀରର ପ୍ରଥମ
ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାରୁ ରାଜ୍ୟ ସଭାପତି  ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା  ପ୍ରଦୀପ୍ତ କୁମାର ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ ଉଭୟେ ନବନିଯୁକ୍ତ ଉପ ରାଜ୍ୟପାଳ ଶ୍ରୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶାସନରେ ବର୍ତମାନ ସର୍ବଭାରତୀୟ ସ୍ତରରେ ଓଡିଶାରୁ ତିନି ଜଣ ରାଜ୍ୟପାଳ, ଦୁଇ ଜଣ କେନ୍ଦ୍ରମନ୍ତ୍ରୀ
ଏବଂ ବିଭିନ୍ନ ଉଚ୍ଚ ପଦବୀରେ ବହୁ ଓଡିଆ ସ୍ଥାନ ପାଇଛନ୍ତି । ଏହା ନିଶ୍ଚିତ ଭାବେ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ଉଭୟ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ କହିଛନ୍ତି ।

Spread the love