ସୁରକ୍ଷାବଳ ଏବଂ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଜାରି

ଶ୍ରୀନଗର ୨୭/୦୪ : ମିତ୍ରିଗମ ଅଞ୍ଚଳରେ ଆତଙ୍କବାଦୀମାନେ ଏକାଠି ହେବା ପରେ ଜାମ୍ମୁକାଶ୍ମୀର ପୋଲିସ ସେଠାରେ ତଲାସି ଅଭିଯାନ ଜାରି ରଖିଛନ୍ତି। ଏହା ମଧ୍ୟରେ ସେଠାରେ ଗୋଟିଏ ଜାଗାରେ ଆତଙ୍କବାଦୀମାନଙ୍କ ଚଳପ୍ରଚ ଦେଖାଯାଇଛି। ଏହାପରେ ସୁରକ୍ଷାକର୍ମୀମାନେ ପୁରା ଅଞ୍ଚଳରେ ମିଳିତ ଅଭିଯାନ ଆରମ୍ଭ କରିଛନ୍ତି ।ପୁରା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଚାରିପଟୁ ଘେରି ରହିଛନ୍ତି । ଆତଙ୍କବାଦୀମାନେ ନିଜକୁ ବନ୍ଦି ହୋଇଥିବା ଦେଖି ଯବାନମାନଙ୍କୁ ଗୁଳି କରିବା ଆରମ୍ଭ କରିଛନ୍ତି । ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ସୁରକ୍ଷା ଅଧିରକାରୀ କହିଛନ୍ତି ଘଟଣା ସ୍ଥଳରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ରହିଛି। ଏହାମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ଯିବା ଆସିବାର କରିବା ପାଇଁ ସମସ୍ତ ରାସ୍ତାକୁ  ବନ୍ଦ କରି ଦିଆଯାଇଛି।  

କାଶ୍ମୀର ଘାଟିରେ ମଙ୍ଗଳବାର ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରି ସୁରକ୍ଷାକର୍ମୀମାନେ ହିଜବୁଲ ମୁଜାହିଦ୍ଦିନର ଏକ ଆତଙ୍କୀ ଯୋଜନାକୁ ପଣ୍ଡ କରି ତିନିଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ଦୁଇଜଣ ଜୈଶ-ଏ-ମହମ୍ମଦର ଦୁଇଜଣ ହାଇବ୍ରିଡ ଆତଙ୍କବାଦୀ ଧରାପଡ଼ିଛନ୍ତି। ଧରାପଡ଼ିଥିବା ଆତଙ୍କବାଦୀ ଓ ସହଯୋଗୀଙ୍କ ପାଖରୁ ଅସ୍ତ୍ରଶସ୍ତ୍ର, ଗ୍ରେନେଡ୍‌ ତଥା ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ପୋଲିସ କହିଛି କୁଲଗାମ୍‌ରେ କୁଲପୋରାର ପଞ୍ଚ ଅଞ୍ଚଳରେ ଆତଙ୍କବାଦୀମାନେ ମହମ୍ମଦ ୟାକୁବ ଡାର୍‌ ନାମକ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ମାମଲାର ଯାଞ୍ଚ ସମୟରେ ଜଣାପଡ଼ିଥିଲାକି ଏହି ଘଟଣାରେ ହିଜବୁଲ ମୁଜାହିଦ୍ଦିନର ହାତ ରହିଛି।

Spread the love