ଜମ୍ମୁ ଓ କଶ୍ମୀରରେ ପ୍ରାୟ ୪୫୦ ଜଣ ଆତଙ୍କବାଦୀ ସକ୍ରିୟ

ଜମ୍ମୁ ଓ କଶ୍ମୀରରେ ପ୍ରାୟ ୪୫୦ ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି ବୋଲି ଗୁରୁବାର ଦିନ ସେନାବହିନୀ କହିଛି। ପାକିସ୍ତାନର ପୂର୍ଣ୍ଣ ସମର୍ଥନ ଯୋଗୁଁ ନିୟନ୍ତ୍ରଣ ରେଖା ଆରପାରିରେ ଆତଙ୍କ ଭିତ୍ତିଭୂମି ଅତୁଟ ରହିଛି। ସମ୍ପ୍ରତି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ୧୬ଟି ଆତଙ୍କବାଦୀ ସଂଗଠନ କାର୍ଯ୍ୟ କରୁଛି।

ଉତ୍ତର ସେନା କମାଣ୍ଡର୍‌ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ରଣବୀର ସିଂହ ଉଦାମପୁର ଠାରେ କହିଛନ୍ତି: ପୀର ପଞ୍ଜାଲ୍‌ରେ ଆତଙ୍କବାଦୀଙ୍କ ସଂଖ୍ୟା ଅଧିକ। ପ୍ରାୟ ୩୫୦ ରୁ ୪୦୦ ଆତଙ୍କବାଦୀ କଶ୍ମୀର ଉପତ୍ୟକାରେ ସକ୍ରିୟ ଅଛନ୍ତି। ଦକ୍ଷିଣ ପୀର ପଞ୍ଜାଲ୍‌ରେ (ଜମ୍ମୁ ଅଞ୍ଚଳ) ଅଛନ୍ତି ୫୦ ସରିକି ଆତଙ୍କବାଦୀ। ଦକ୍ଷିଣ ପୀର ପଞ୍ଜାଲ୍‌ ଠାରେ ଥିବା ଅଧିକାଂଶ ଆତଙ୍କବାଦୀ ନିଷ୍କ୍ରିୟ ପ୍ରାୟ।

ଏ ପାର୍ଶ୍ୱରେ ନିରାପତ୍ତା ପରିସ୍ଥିତି ସୁଦୃଢ଼ ରହିଛି। କିନ୍ତୁ ଅଧିକ ଆତଙ୍କବାଦୀ ଥିବାରୁ ପୀର ପଞ୍ଜାଲର ଉତ୍ତର ପଟେ ଅଧିକ ଆତଙ୍କବାଦୀ ଅଭିଯାନ ଚଳାଉଛନ୍ତି।ତାଲିମ ଦିଆଯିବା ପରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ ରେଖା ନିକଟକୁ ଅଣାଯାଉଛି। ସେଠାରୁ ସେମାନେ ଜମ୍ମୁ ଓ କଶ୍ମୀର ମଧ୍ୟକୁ ଅନୁପ୍ରବେଶ କରୁଛନ୍ତି। ଆତଙ୍କବାଦୀ ସଂଗଠନରେ ୧୯୧ ଜଣ ଯୁବକ ଯୋଗ ଦେଇଥିଲେ, କିନ୍ତୁ ଗତ କେତେ ମାସ ହେବ ସେ ଭଳି ସଂଗଠନରେ ଯୋଗଦାନକାରୀଙ୍କ ସଂଖ୍ୟ କମିବାରେ ଲାଗିଛି।

Spread the love