କାଶ୍ମୀରରେ ଭାଙ୍ଗିଲା ୭୫ ବର୍ଷର ରେକର୍ଡ, ୨୦୨୨ରେ ପହଞ୍ଚିଲେ ୧.୬୨ କୋଟି ପର୍ଯ୍ୟଟକ

ନୂଆଦିଲ୍ଳୀ ୦୭।୧୦: ଚଳିତ ବର୍ଷ ଜାମ୍ମୁ କାଶ୍ମୀରର ରେକର୍ଡ ଭାଙ୍ଗିଛି । ୧.୬୨ କୋଟି ପର୍ଯ୍ୟଟକ ଜାମ୍ମୁ କାଶ୍ମୀର ପରିଦର୍ଶନ କରିଛନ୍ତି। ଯାହା ସ୍ୱାଧୀନତା ପରଠାରୁ ସର୍ବାଧିକ ହୋଇଛି। ଗୁରୁବାର ଦିନ ଜଣେ ସରକାରୀ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ର କହିଛନ୍ତି ଯେ ଏହା କେନ୍ଦ୍ର ଶାସିତ ଅଞ୍ଚଳର ସମ୍ପର୍ଣ୍ଣ ବିକାଶ ଏବଂ ପରିବର୍ତ୍ତନର ସାକ୍ଷୀ।

ତିନି ଦଶନ୍ଧି ପରେ କାଶ୍ମୀର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବୋଲି ସେ କହିଛନ୍ତି। ପର୍ଯ୍ୟଟନ ବିଶେଷଜ୍ଞମାନେ କହିଛନ୍ତି ଯେ ଏହା କାଶ୍ମୀର ପର୍ଯ୍ୟଟନର ସୁବର୍ଣ୍ଣ ଯୁଗକୁ ପ୍ରତ୍ୟାବର୍ତ୍ତନ। ଜାମ୍ମୁ କାଶ୍ମୀର ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ରେକର୍ଡ ସଂଖ୍ୟା କେନ୍ଦ୍ର ଶାସିତ ଅଞ୍ଚଳରେ ଘଟିଥିବା ସମ୍ପୂର୍ଣ୍ଣ ବିକାଶ ଏବଂ ପରିବର୍ତ୍ତନକୁ ପ୍ରତିଫଳିତ କରିଥାଏ।

ଏହା ବ୍ୟତୀତ ମୁଖପାତ୍ର କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ ହେଉଛି ସବୁଠାରୁ ବଡ ରୋଜଗାରର ଉତ୍ସ ଏବଂ ଜାନୁୟାରୀ ୨୦୨୨ରୁ ଆଜି ପର୍ଯ୍ୟନ୍ତ ୧.୬୨ କୋଟି ପର୍ଯ୍ୟଟକ ଜାମ୍ମୁ କାଶ୍ମୀର ପରିଦର୍ଶନ କରିଛନ୍ତି। ଯାହା ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷର ପ୍ରଥମ ଆଠ ମାସରେ ୩.୬୫ ଲକ୍ଷ ଅମରନାଥ ତୀର୍ଥଯାତ୍ରୀଙ୍କ ସମେତ ୨୦.୫ ଲକ୍ଷ ପର୍ଯ୍ୟଟକ କାଶ୍ମୀର ପରିଦର୍ଶନ କରିଛନ୍ତି। କହିବାକୁ ଗଲେ କାଶ୍ମୀରକୁ ‘ପୃଥିବୀର ସ୍ୱର୍ଗ’ର ନାମ ଦିଆଯାଇଛି। ଦେଶ ତଥା ବିଶ୍ଵର ପର୍ଯ୍ୟଟକମାନେ ଏଠାକୁ ଆସନ୍ତି।

Spread the love