ଶିକ୍ଷାର ପ୍ରମୁଖ କେନ୍ଦ୍ର ହେବ ଜାମ୍ମୁ କାଶ୍ମୀର – ଅମିତ ଶାହ

ଜାମ୍ମୁ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦାୟିତ୍ୱ ନେବା ପରେ ଜାମ୍ମୁ-କାଶ୍ମୀର ଯୁବକଙ୍କୁ ଶିକ୍ଷା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତାରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସରେ ଆଜି ଜାମ୍ମୁ-କାଶ୍ମୀର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ହେବା ଦିଗରେ ଅଗ୍ରସର ବୋଲି ରବିବାର ଜାମ୍ମୁ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏକ ନୂତନ ସ୍ଥାୟୀ କ୍ୟାମ୍ପସର ଉଦଘାଟନ ଶିଳାନ୍ୟାସ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେହିପରି ନୂଆ ଶିକ୍ଷା ନୀତି ଅଧୀନରେ ଜମ୍ମୁରେ ଅବସ୍ଥାପିତ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦ୍ୱାରା ବହୁମୁଖୀ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଶିକ୍ଷା କୌଣସି ସମାଜ ଏବଂ ଅଂଚଳର ସମୃଦ୍ଧି ପାଇଁ ବିକାଶର ମୂଳ ଆଧାର । ଏହି ପରିପ୍ରେକ୍ଷୀରେ ଜାମ୍ମୁ ଠାରେ ଆଇଆଇଟିର ଏହି ନୂଆ କ୍ୟାମ୍ପସ ଉଦଘାଟନ ହୋଇଯାଇଛି । ଆଇଆଇଟି ଜାମ୍ମୁର ନୂଆ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ସହ ଛାତ୍ରାବାସ, ଜିମ୍ ସୁବିଧା, ଇଣ୍ଡୋର ଗେମ୍ସ ଭଳି ବିଭିନ୍ନ ଅତ୍ୟାଧୁନିକ ସୁବିଧା ପ୍ରଦାନ କରିବ । ଆଇଆଇଟିର ଏହି ନୂଆ କ୍ୟାମ୍ପସ ଭାରତ ସରକାରଙ୍କ ଜାମ୍ମୁ କାଶ୍ମୀରର ବିକାଶ ପାଇଁ ନେଇଥିବା 

ସଙ୍କଳ୍ପକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଏହି ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଆଇଆଇଟି ଜାମ୍ମୁର ନୂତନ କ୍ୟାମ୍ପସ ସହ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରର ବିକାଶ ସହ ଜଡ଼ ିତ ୨୧ଟି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉତର ଭାରତରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ଉଚ୍ଚଶିକ୍ଷାର ପେଣ୍ଠସ୍ଥଳି କରିବା ପାଇଁ କାର୍ଯ୍ୟ କରୁଛନ୍ତି । ନୂଆ ଶିକ୍ଷା ନୀତି –
୨୦୨୦(ଏନଇପି) ଅଧୀନରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଜାମ୍ମୁ ବହୁମୁଖୀ ଶିକ୍ଷା ଆରମ୍ଭ କରିବାକୁ ଯାଉଛନ୍ତି । ଟନେଲ ଇଞ୍ଜିନିୟରିଂ, ହିମାଳୟ ଓ ପାହାଡ଼ର ବିକାଶ, ପାହାଡରେ ଜୀବନଶୈଳିକୁ ସହଜ କରିବା ଏବଂ ଅନ୍ୟ ପରିବେଶ ସୁରକ୍ଷା ସମ୍ବନ୍ଧିତ ଅନେକ ଏକବିଂଶ ଶତାବ୍ଦୀର ବିଷୟ ଉପରେ ଦେଶରେ ପ୍ରଥମ ଥର ପାଇଁ ଜାମ୍ମୁ ସ୍ଥିତ ଆଇଆଇଟି ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହାସହ ଏନଇପି ଅଧୀନରେ ଜାମ୍ମୁ କାଶ୍ମୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ରେଡିଟ୍ ଟ୍ରାନ୍ସଫର ପାଇଁ ଅନଲାଇନ୍ ପାଠ୍ୟକ୍ରମର ମଧ୍ୟ ବିକାଶ କରାଯାଉଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୃଦ୍ଧ ଜାମ୍ମୁ କାଶ୍ମୀର କଳ୍ପନା ଦିଗରେ ଆଇଆଇଟି ଜାମ୍ମୁରେ ଆଜିର ବିକାଶମୂଳକ କାର୍ଯ୍ୟ ଅନ୍ୟ ଏକ ପଦକ୍ଷେପ । ଆଂଚଳିକ ଜୈବ ବିବିଧତାର ରକ୍ଷା କରିବା ଏବଂ ଜାମ୍ମୁ କାଶ୍ମୀର ପାଇଁ ଆଶାତୀତ ସମାଧାନକୁ ପ୍ରୋତ୍ସାହନ ଦେବାରେ ଆଇଆଇଟି ଜାମ୍ମୁର ସ୍ଥାୟୀ କ୍ୟାମ୍ପସ ଏକ ମଡ଼େଲ ହେବ ।ଆଇଆଇଟି ଜାମ୍ମୁ ଉଚ୍ଚ ଶିକ୍ଷା ଦୃଶ୍ୟପଟ୍ଟକୁ ପରିବର୍ତନ କରିବା ସହ ଭାରତର ମୁକୁଟ
କୁହାଯାଉଥିବା ଜାମ୍ମୁ କାଶ୍ମୀରର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ କରିବ । ବୈଶ୍ୱିକ ସମସ୍ୟାର ସମାଧାନ ତଥା କରୋନା ମହାମାରୀ ପରେ ଉଭା ହେଉଥିବା ନୂଆ ବିଶ୍ୱ ବ୍ୟବସ୍ଥାରେ ଭାରତର ଭୂମିକା ବଢ଼ାଇବାରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ବିଶେଷ ମହତ୍ୱ ରହିଛି । ଆଇଆଇଟି ଜାମ୍ମୁ
ଜାତୀୟ ଶିକ୍ଷା ନୀତିରେ ମନୁଷ୍ୟ, ଭବିଷ୍ୟତ ପାଇଁ ଉପଯୁକ୍ତ ତଥା ଆନ୍ତ-ଶାନ୍ତିପୂର୍ଣ୍ଣ ପରିବେଶ ତିଆରି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆଗାମୀ ଦିନରେ ଜାମ୍ମୁ-କାଶ୍ମୀର ଶିକ୍ଷାର ସହର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କରକମଳରେ ଆଇଆଇଟି ଜାମ୍ମୁ ଏବଂ ସପ୍ତର୍ଶୀ ସ୍ଥାୟୀ
କ୍ୟାମ୍ପସର ଫେଜ୍ ୧ଏ ଏବଂ ୧ବି ର ଉଦଘାଟନ ହୋଇଥିବା ବେଳେ ଫେଜ୍ ୧ସିର ନିର୍ମାଣ କାମ ପାଇଁ ଶିଳାନ୍ୟାସ ହୋଇଯାଇଛି । ଏହି କ୍ୟାମ୍ପସର ଫେଜ୍ ୧ଏ ଏବଂ ୧ବି ନିର୍ମାଣ ପାଇଁ ୨୧୦ କୋଟି
ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଫେଜ୍ ୧ସି ପାଇଁ ମୋଟ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅନୁରୂପ ଭାବରେ ଜାମ୍ମୁ ଠାରେ ଯୁବପିଢିଙ୍କୁ ରୋଜଗାର ପ୍ରଦାନ କରିବା, ମହିଳାଙ୍କୁ ସଶକ୍ତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଶିକ୍ଷା, କୁଶଳ କରିବା ପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ ଅନଲାଇନ ପ୍ଲାଟଫର୍ମର ଶୁଭାରମ୍ଭ ମଧ୍ୟ ଶ୍ରୀ ଶାହଙ୍କ କରକମଳରେ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ଼ା. ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love