ଜାମ୍ମୁକାଶ୍ମୀର ଏଲଓସି : ଭାରତ-ପାକିସ୍ତାନ ସୀମାରେ ବିସ୍ଫୋରଣ; ଦୁଇ ଯବାନ ଗୁରୁତର

ଶ୍ରୀନଗର ୧୨/୦୬ : ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ପାଖରେ ଏକ ବିସ୍ଫୋରଣରେ ଭାରତୀୟ ସ୍ଥଳ ସେନାର ଦୁଇଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ପାଇଁ ତାଙ୍କୁ ଏୟାର୍‌ ଲିଫ୍ଟ କରି ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେନା ଅଧିକାରୀମାନେ ଏହି ବିଷ୍ଫୋରଣ କିପରି ହେଲା ଓ କିଏ କଲା ସେନେଇ ତଦନ୍ତ କରୁଛନ୍ତି।

ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ପାଖରେ ରବିବାର ବିସ୍ଫୋରଣ କାରଣରୁ ଦୁଇ ଯବାନ ଗଭିର ଆହତ ହୋଇଛନ୍ତି। ଯେତେବେଳେ ସେନାର ଏକ ଦଳ ମେଣ୍ଢରରେ ବାଲାକୋଟ ସେକ୍ଟର ସୀମା ଅଞ୍ଚଳରେ ଘାସ ସଫା କରୁଥିଲେ ସେହିସମୟରେ ଏପରି ବିସ୍ଫୋରଣ ହୋଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।  

ଆହତ ଦୁଇଜଣଙ୍କ ମଧ୍ୟରେ ୧୯ କମାଣ୍ଡର ଜଣେ ସିପାହି ଓ ଜଣେ ହାବିଲଦାର ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହେଲିକ୍ୟାପ୍ଟରରେ ସେନା ଡାକ୍ତରଖାନାକୁ ନିଆଯାଇଛି। ଏହି ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି।

Spread the love