ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ଅପମାନଜନକ ଟିପ୍ପଣୀକୁ କଂଗ୍ରେସର ନିନ୍ଦା

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଜନନାୟକ ଦିବଂଗତ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ, ସାହିତ୍ୟିକା ଓ ପ୍ରଥମ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ଉପରେ ଯେଉଁ ଅପମାନଜନକ ଟିପ୍ପଣୀ କରାଯାଇଛି ତାହାକୁ କଂଗ୍ରେସ ଦଳର ସଭାପତି ଶ୍ରୀ ଶରତ ପଟ୍ଟନାୟକ ତଥା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ତଥା କର୍ମୀମାନେ ଘୋର ନିନ୍ଦା କରଛନ୍ତି ବୋଲି ଏକ ପ୍ରେସ ବିବୃତିରେ କଂଗ୍ରେସ ଦଳର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଜଣାଇଛନ୍ତି । ଏହି ହୀନ କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ବା ବ୍ୟକ୍ତିବିଶେଷ ମାନଙ୍କୁ କଂଗ୍ରେସ ଦୃଢ଼ ଚେତାବନୀ ଦେଇଛି ଏଭଳି ହୀନ କାର୍ଯ୍ୟରୁ ତୁରନ୍ତ ନିବୃତ ହୁଅନ୍ତୁ । ଓଡ଼ିଶାର ଜନସାଧାରଣ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ଉପରେ ହୋଇଥିବା ଅପମାନଜନକ ଟିପ୍ପଣୀକୁ କେବେ ଗ୍ରହଣ କରିବେ ନାହିଁ । ଦିବଂଗତ
ନେତୃବୃନ୍ଦ ସାରା ଜୀବନ ଓଡ଼ିଶାର ସାହିତ୍ୟ ଓ ରାଜନୀତିକୁ ରୁଦ୍ଧିମନ୍ତ କରିଥିଲେ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଦିବଂଗତ ଆତ୍ମାଙ୍କର ଗୁଣଗାନ କରାଯାଏ କିନ୍ତୁ ପ୍ରଥମଥର ପାଇଁ ହୀନ ରାଜନୈତିକ ଉଦ୍ଦେଶ୍ୟ ଓ ଶସ୍ତା ଲୋକପ୍ରିୟତା ପାଇଁ “ଦିଲସେ ନବୀନ ଫେସବୁକ ପେଜ” ପରିଚାଳନା କରୁଥିବା ବ୍ୟକ୍ତି ଜଣକ ମଧ୍ୟ ବିଜୁ ଜନତା ଦଳର ସଦସ୍ୟ । ବିଜୁ ଜନତା ଦଳ ନେତୃବୃନ୍ଦ ଏସବୁ ଜାଣି ମଧ୍ୟ ଏଭଳି କାର୍ଯ୍ୟରେ ଲିପ୍ତ ରହିଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ତାଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତିକି? ଏଭଳି କୁକର୍ମରୁ ତୁରନ୍ତ ନିବୃତ ରୁହନ୍ତୁ । ଗଣତନ୍ତ୍ରକୁ ଦୁର୍ବଳ କରିବା ଏବଂ କତିପୟ ଅଧିକାରୀଙ୍କ ଶରଣରେ ରହିବାପାଇଁ ଏ ଉଦ୍ୟମକୁ ଯେତେ ନିନ୍ଦାକଲେ ମଧ୍ୟ କମ୍‌ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Spread the love