ଜନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମଦିନ

ଆଜି ହେଉଛି କଂଗ୍ରେସର ଚାଣକ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ 93 ତମ ଜୟନ୍ତୀ । ସେ ତିନି ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସହ ଆସାମର ରାଜ୍ୟପାଳ ଓ କେନ୍ଦ୍ରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶାକୁ ବିଭିନ୍ନ ସଫଳତା ଦେବା ସହ ଏକ ସ୍ଥିର ଶାସନ ଦେଇଥିଲେ । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ , ପ୍ରବୀଣ ସାମ୍ବାଦିକ ଓ ଦକ୍ଷ ଅନୁବାଦକ ଥିଲେ । 1980 ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗ୍ରାମରେ 1927 ଜାନୁଆରୀ 3 ତାରିଖରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସାରେ  ପଢୁଥିବା ବେଳେ 1947 ମସିହା ଜାନୁଆରୀରେ ୟୁନିୟନ ଜ୍ୟାକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ତାଙ୍କୁ ବୈରାଗ୍ୟ ଶତକ ପାଇଁ ଓଡିଶା ସାହିତ୍ୟ ଏକାଡେମୀ  ଏବଂ ବଙ୍କିମ ଉପନ୍ୟାସମାଳା ଅନୁବାଦ ପାଇଁ  କେନ୍ଦ୍ରସାହିତ୍ୟ ଏକାଡେମୀ ମିଳିଥିଲା ।

Spread the love