ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ କୁ ପୂର୍ଣ୍ଣ ସମର୍ଥନ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ଵାନକୁ ମିଳିଛି ସମଗ୍ର ଦେଶରୁ ପୂର୍ଣ୍ଣ ସମର୍ଥନ । ଲୋକେ ସ୍ୱତଃପ୍ରବୃତ ଭାବେ ଏହି ଜନତା କର୍ଫ୍ୟୁ କୁ ସମର୍ଥନ ଜଣାଇ ନିଜ ନିଜ ଘରେ ରହିଛନ୍ତି । ଫଳରେ ରାସ୍ତାଘାଟ ଖାଁ ଖାଁ ହୋଇଯାଇଛି ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣ କୁ ରୋକିବାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ କେହି ଘରୁ ବାହାରକୁ ଯାଆନ୍ତୁ ନାହିଁ । ଯାହା ଫଳରେ କରୋନା ର ନୂତନ ସଂକ୍ରମଣ କୁ ରୋକାଯାଇ ପାରିବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆହ୍ୱାନକୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିବା ସହ କିଛି କଠୋର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଠାରୁ ୨୯ତାରିଖ ୯ଟା ପର୍ଯ୍ୟନ୍ତ ୫ଟି ଜିଲ୍ଲାରେ ଲକଆଉଟ ଘୋଷଣା କରିଛନ୍ତି ।

Spread the love