ଜଙ୍ଗଲ ବିଭାଗ ପ୍ରସ୍ତାବ ଉପରେ ଜଳ ସମ୍ପଦ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ- ପ୍ରସ୍ତାବ ଆସିଲେ ସବୁ ଦିଗକୁ ବିଚାର କରି ନିଆଯିବ ପଦକ୍ଷେପ

ଭୁବନେଶ୍ବର ୩୦।୯: ମୁଣ୍ଡୁଳି ବ୍ୟାରେଜରେ ପାଣିରେ ଭାସି ହାତୀ ମୃତ୍ୟୁ ପରେ ଏପରି ଘଟଣାକୁ ରୋକିବା ଲାଗି ଜଙ୍ଗଲ ବିଭାଗର ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ସେ କହିଛନ୍ତି ଜଙ୍ଗଲ ବିଭାଗ ହୁଏତ ଏପରି କିଛି ଯୋଜନା କରୁ ଥାଇପାରେ । ହୁଏତ ପିସିସିଏଫଙ୍କ ମାନସିକତାରେ ଏହା ଥାଇପାରେ । ମାତ୍ର ଏ ନେଇ ଆମ ପାଖକୁ କୌଣସି ପ୍ରସ୍ତାବ ଆସିନାହିଁ । ଯଦି କୌଣସି ପ୍ରସ୍ତାବ ଆସିବ ତେବେ ତାହାର ଫିଜିବିଲିଟ ଦେଖି ନିଷ୍ପତ୍ତି ନିଆଯିବ । ସବୁ ଦିଗକୁ ବିଚାର ବିମର୍ଶ କରି ପଦକ୍ଷେପ ନିଆଯିବ । ହାତୀ ଜଳପଥ ଦେଇ ଆବାହନ କାଳରୁ ଯିବା ଆସିବା କରୁଛନ୍ତି । ଯେଉଁ ସମୟରେ ନଦୀରେ ପ୍ରଖର ସ୍ରୋତ ଥିବ ସେହି ସମୟରେ କିଛି ଅଘଟଣ ଘଟିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମିତି କିଛି ଅଘଟଣ ଘଟିଥାଏ । ମାତ୍ର ଏପରି ଅଘଟଣକୁ ଏଡ଼ାଇବା ପାଇଁ ଆବଶ୍ୟକତା ଦେଖି ପଦକ୍ଷେପ ବା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ  କହିଛନ୍ତି ।

Spread the love