ଭାରତରେ ୨ବର୍ଷ ମଧ୍ୟରେ ୨୨୬୧ ବର୍ଗକିମି ଜଙ୍ଗଲ ବଢ଼ିଛି, ଉତ୍ତର ପୂର୍ବ ରାଜ୍ୟମାନଙ୍କରେ କମିଛି
ଗତ ୨୦୧୯ରୁ ୨୦୨୧ ମଧ୍ୟରେ ଭାରତରେ ଜଙ୍ଗଲର ଆକାର ୨,୨୬୧ ବର୍ଗକିମି ବୃଦ୍ଧି ପାଇଥିବାର ସଂକେତ ଏଦେଶ ପାଇଁ ଏକ ସୁସମ୍ବାଦ ଅଟେ । ଏହି ଜଙ୍ଗଲ ବିସ୍ତାର ମଧ୍ୟରେ ସମୁଦ୍ର କୂଳରେ ଥିବା ବଣ ହେଉଛି ମଧ୍ୟ ଅନ୍ୟତମ । ଯାହା ମଧ୍ୟ ବୃଦ୍ଧି ପାଇଛି । ଭାରତର ଜଙ୍ଗର ଅବସ୍ଥା ରିପୋର୍ଟ, ୨୦୨୧ଅନୁସାରେ ଏହି ୨ବର୍ଷ ମଧ୍ୟରେ ଭାରତର ଜଙ୍ଗଲର ଆକାର ୧,୫୪୦ବର୍ଗ କିଲୋମିଟର ବଢ଼ିଛି । ୭୨୧ବର୍ଗ କିଲୋମିଟର ଜମିରେ ଗଛ ଲଗାଯାଇଛି । ଏଣୁ ମୋଟ ଉପରେ ଜଙ୍ଗଲ ବଢ଼ିଛି । ୨,୨୬୧ବର୍ଗ କି.ମି., ଯେଉଁ ରାଜ୍ୟମାନଙ୍କରେ ଜଙ୍ଗଲ ବୃଦ୍ଧି ପାଇଛି ସର୍ବାଧିକ ସେମାନେ ହେଲେ ଆନ୍ଧ୍ରପ୍ରଦେଶ (୬୪୭ବର୍ଗକିମି), ତେଲେଗାନା ୬୩୨ବର୍ଗକିମି ଓ ଓଡ଼ିଶା ୫୩୭ବର୍ଗକିମି । ମଧ୍ୟପ୍ରଦେଶ ହେଉଛି ଦେଶରେ ସର୍ବାଧିକ ଜଙ୍ଗଲ ଥିବା ରାଜ୍ୟ । ଏହା ପଛକୁ ଅରୁଣାଞ୍ଚଳ ପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ମହାରାଷ୍ଟ୍ର ଅଛନ୍ତି । ଭାରତରେ ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅଛନ୍ତି । ଯାହାର ୩୩% ଅଞ୍ଚଳ ଜଙ୍ଗଲ ଦ୍ୱାର ପରିବୃତ୍ତ । ଭାରତରେ ୫ଟି ରାଜ୍ୟ ଅଛନ୍ତି, ଯେଉଁମାନଙ୍କର ୭୫% ଅଞ୍ଚଳ ଜଙ୍ଗଲ ପରିବୃତ୍ତ ଅଟନ୍ତି । ୧୨ଟି ରାଜ୍ୟମାନଙ୍କରେ ୩୩% ରୁ ୭୫% ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜଙ୍ଗଲ ପରିବୃତ୍ତ ।
ଜଙ୍ଗଲ କେତେ ଘଞ୍ଚ
ଭାରତର ଅନେକ ଜଙ୍ଗଲ ଘଞ୍ଚ ନୁହନ୍ତି । ସେମାନଙ୍କ ମଧ୍ୟରୁ ୨,୬୧୨ବର୍ଗ କିଲୋମିଟର ଜଙ୍ଗଲ ଖୋଲା ଜାଗାମାନଙ୍କରେ ଅବସ୍ଥିତ । ମୁଖ୍ୟତଃ ବୃକ୍ଷ ରୋପଣ ଦ୍ୱାରା ଏହି ଜଙ୍ଗଲ ସୃଷ୍ଟି ହୋଇଛି । ତେବେ ୫୦୧ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ଏହା ମଧ୍ୟରେ ବୃଦ୍ଧି ପାଇଛି । କିନ୍ତୁ ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲର ଆକାର ୨୦୧୯ରୁ ୨୦୨୧ମଧ୍ୟରେ ୧,୫୮୨ବର୍ଗକିଲୋମିଟର କମିଯାଇଛି । ଏବେ ସାରା ଦେଶରେ ଜଙ୍ଗଲର ଆକାର ଏବେ ୨୧.୭% ଅଟେ । ଭାରତ ଏହି ଜଙ୍ଗଲର ଆକାରକୁ ୩୩%କୁ ବଢ଼ାଇବାକୁ ଚାହେଁ । କାରଣ, ଭାରତର ମୋଟ ଜଙ୍ଗଲର ୯.୩୪% ଅଞ୍ଚଳ ଖୋଲା ଜାଗାରେ ବୃକ୍ଷ ରୋପଣ ଦ୍ୱାରା ସୃଷ୍ଟି ହୋଇଛି । ମୋଟ ଜଙ୍ଗଲ ମଧ୍ୟରୁ ମାତ୍ର ୩.୦୪% ହେଉଛି ଅତି ଘଞ୍ଚ ଜଙ୍ଗଲ । ଯାହାକୁ ମଣିଷ ସ୍ପର୍ଶ କରୁନାହିଁ । ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲର ଆକାର ହେଉଛି ୯,୩୩% ମୋଟ ଜଙ୍ଗଲର ।
ଉତ୍ତର ପୂର୍ବ ହେଉଛି ଚିନ୍ତାର କାରଣ
ଭାରତରେ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଜଙ୍ଗଲର ଆକାର ୨୩,୭୫%ରୁ କିନ୍ତୁ ଦ୍ରୁତ ଗତିରେ ଏହା ହ୍ରାସ ପାଇବାରେ ଲାଗିଛି । ମଣିପୁରରେ ୨୪୯ବର୍ଗ କିଲୋମିଟର ଜଙ୍ଗଲ ହ୍ରାସ ପାଇଥିଲାବେଳେ ନାଗାଲାଣ୍ଡରେ ୨୩୫ବର୍ଗକିମି ଓ ମିଜୋରମରେ ୧୮୬ବର୍ଗକିମି ଜଙ୍ଗଲ କମିଯାଇଛି । ସେଠାରେ ପୋଡୁଚାଷ (ଜଙ୍ଗଲ କାଟି ଚାଷ କରିବା ଓ ପ୍ରାକୃତିକ ବିପର୍ଯ୍ୟସ୍ତ (ଭୂସ୍ଖଳନ ବା ଇତ୍ୟାଦି) ଯୋଗୁଁ ଏପରି ଜଙ୍ଗଲ ନଷ୍ଟ ହେଉଛି ।
ତୁର୍କମେନିସ୍ତାନ ନର୍କକୁ ଦ୍ୱାରର ନିଆଁ ଲିଭାଇ ଭାରୁନାହିଁ
ପୂର୍ବତନ ସୋଭିଏତ ୟୁନିଅନର ଏକ ଅଂଶ ତଥା ବର୍ତ୍ତମାନର ତୁର୍କମେନିସ୍ତାନ ରାଷ୍ଟ୍ରରେ ୧୯୦ଫୁଟର ଗୋଲାର୍ଦ୍ଧ ଓ ୭୦ଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଯେଉଁଠି ସବୁବେଳେ ନିଆଁ ଜଳୁଛି । ଏହାକୁ କୁହାଯାଉଛି ନର୍କକୁ ଦ୍ୱାର । ୧୯୭୧ରେ ଯେତେବେଳେ ଏହି ଦେଶ ପୂର୍ବତନ ସୋଭିଏତ ୟୁନିଅନର ଏକ ଅଂଶଥିଲା ସେତେବେଳେ ଏକ ତେଲ ଖଣି ଖୋଳା ଯାଉଥିଲାବେଳେ ଏକ ବଡ଼ ଗାତ ସୃଷ୍ଟି ହୋଇ ମାଟି ଭୂଷୁଡି ପଡ଼ିଥିଲା । ଏହି ଗାତରେ ପ୍ରାକୃତିକ ଅଶୋଧିତ ତୈଳ ଭର୍ତ୍ତି ହୋଇ ଯାଇଥିଲା । ଏହି ଅଶୋଧିତ, ଅପରିଷ୍କାର ତେଲକୁ ପୋଡିବା ପାଇଁ ସୋଭିଏତ ଭୂତତ୍ତ୍ୱବିତମାନେ ସେଠାରେ ନିଆଁ ଲଗାଇ ଦେଇଥିଲେ । ସେମାନଙ୍କର ଧାରଣା ଥିଲା ଏହି ନିଆଁ କେତେ ସପ୍ତାହ ମଧ୍ୟରେ ବାହାରକୁ ବାହାରି ପଡ଼ିଥିବା ତେଲକୁ ପୋଡିଦେବ ଓ ତା’ପରେ ନିଆଁ ଲିଭିଯିବ । କିନ୍ତୁ ସେବେଠାରୁ ଏହି ନିଆଁ ଜଳିଚାଲିଛି ଓ ଏହାକୁ ଲିଭାଇବା ପାଇଁ ସବୁ ପ୍ରକାର ଉଦ୍ୟମ ବିଫଳ ହୋଇଯାଇଛି । କେତେକ କହନ୍ତି, ୧୯୬୦ ଦଶକରେ ଏହି ଗାତ ସୃଷ୍ଟି ହୋଇଥିଲା । ଦୁଇ ଦଶକ ପରେ ସେଥିରେ ନିଆଁ ଲଗାଇ ଦିଆଯାଇଥିଲା । ଯାହା ଏଯାଏଁ ଲିଭିବାକୁ ନାହିଁ ।
ତୁର୍କମେକସ୍ତାନର ରାଷ୍ଟ୍ରପତି ଗୁରବାନଗୁଲି ବର୍ଡିମୁଖାମେଡୋଇଙ୍କ ସରକାର ଏହି ନିଆଁକୁ ଲିଭାଇବା ପାଇଁ ଉପାୟ ବାହାର କରିବାକୁ ଆଦେଶ ଦେଇଛନ୍ତି । କାରଣ ଏହା ପ୍ରାକୃତିକ କ୍ଷତି ସୃଷ୍ଟି କରୁଛି ଓ ସେହି ଅଞ୍ଚଳରେ ଥିବା ଲୋକମାନଙ୍କର ସ୍ୱାସ୍ଥ୍ୟର କ୍ଷତି ସାଧନାକରୁଛି । କେବଳ ସେତକ ନୁହେଁ, ଏହି ଗାତରେ ନୂଆ ନୂଆ ତେଲ ଭର୍ତ୍ତି ହୋଇଯାଉଛି । ଯାହା ପୋଡିଯାଇ ନଷ୍ଟ ହେଉଛି । ଏହାଦ୍ୱାରା ଏହାର ପାଖରେ ଥିବା ତେଲ ଖଣି ମାନଙ୍କରେ ବିକାଶରେ ବାଧା ସୃଷ୍ଟି ହେଉଛି ।
କେଉଁଠି ଅଛି ଏହି ଗାତ
ତୁର୍କମେକସ୍ତାନର କାରକାରମ ମରୁଭୂମ ମଝିରେ ଏହି ଜଳୁଥିବା ଗାତ ଅଛି । ଏହି ଦେଶର ୭୦%ଅଞ୍ଚଳ କାରକାରମ ମରୁଭୂମିଦ୍ୱାର ପରିବେଷ୍ଠିତ । ଏହି ଦେଶରେ ୨୬୫ଲକ୍ଷ ଘନ ଫୁଟ (ଲମ୍ବ ଢ ପ୍ରସ୍ତ ଢ ଗଭୀରତା)ର ତୈଳ ଭଣ୍ଡାର ରହିଛି । ବିଶ୍ୱର ଏହା ହେଉଛି ଷଷ୍ଠ ବୃହତ୍ତମ ତୈଳ ଭଣ୍ଡାର । ଏଯାଏ କାନାଡାରେ ଜନ୍ମିତ ଉଦ୍ଭାବକ ଜର୍ଜ କୌରୌକିସ୍ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ଗର୍ତ୍ତର ମଝିରେ ଓହ୍ଲାଇ ପାରିଛନ୍ତି । ଏହି ନିଆଁକୁ ଲିଭାଇବା ଏକ ମନୁଷ୍ୟ ଜାତି ପାଇଁ ବଡ଼ ସଫଳତା ହେବ ।
ପ୍ଲାଷ୍ଟିକ ଅଳିଆ ଖାଇ ଶ୍ରୀଲଙ୍କାରେ ହାତୀମୃତ
ଭାରତରେ ଅଳିଆ ଖାଇ ଅନେକ ଗାଈ ଗୋରୁ ମରୁଥିବାପରି ଶ୍ରୀଲଙ୍କାରେ ପ୍ଲାଷ୍ଟିକ ଅଳିଆ ଖାଇ ଅନେକ ହାତୀ ମରିଥିବାର ସମ୍ବାଦ ମିଳିଛି । ଇତି ମଧ୍ୟରେ ଅଳିଆ ଦ୍ୱାରା ଭର୍ତ୍ତି ହୋଇଥିବା ଗର୍ତ୍ତରେ ପଡ଼ିଥିବା ପ୍ଲାଷ୍ଟିକ ଅଂଶକୁ ଖାଇ ଗତବର୍ଷ ମଧ୍ୟରେ ୨୦ଜଣ ହାତୀ ମରିଗଲେଣି । ଶ୍ରୀଲଙ୍କାର ଆମ୍ପାରା ଜିଲ୍ଲାର ପାଲ୍ଲାକ୍କାଡୁ ଗ୍ରାମରେ ଏପରି ଘଟଣା ଘଟିଛି । ପରୀକ୍ଷାରୁ ଜଣାପଡ଼ିଛି ଯେ, ହଜମ ହେଉନଥିବା ପ୍ଲାଷ୍ଟିକକୁ ଅଳିଆ ଗଦାରୁ ଖାଇଯିବା ଦ୍ୱାର ଏପରି ମୃତ୍ୟୁ ଘଟିଛି । ଶ୍ରୀଲଙ୍କାରେ ଉନବିଂଶ ଶତାବ୍ଦୀରେ ୧୪,୦୦୦ ହାତୀ ଥିଲାବେଳେ ଏବେ ୬,୦୦୦ହାତୀ ଅଛନ୍ତି । ଧୀରେ ଧୀରେ ସେମାନଙ୍କର ସ୍ୱାଭାବିକ ବାସସ୍ଥାନ ନଷ୍ଟ ଓ କ୍ଷୟପ୍ରାପ୍ତ ହେଉଥିବାରୁ ସେମାନେ ଖାଦ୍ୟ ପାଇଁ ଜନବସତି ନିକଟକୁ ଆସିଯାଉଛନ୍ତି । ସେମାନେ ଭୋକ ହେତୁ ଚାଷୀମାନଙ୍କର ଫସଲ ଖାଇଯାଉଥିବାରୁ ଚାଷୀମାନେ ସେମାନଙ୍କୁ ମାରିପକାଉଛନ୍ତି ମଧ୍ୟ । ଭୋକିଲା ହାତୀମାନେ ଯେତେ ବେଳେ ଅଳିଆ ଗଦାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି, ସେତେବେଳେ ସେମାନେ ପ୍ଲାଷ୍ଟିକ ଓ ତୀକ୍ଷ୍ନ ବସ୍ତୁମାନ ମଧ୍ୟ ଖାଇଯାଉଛନ୍ତି । ଯାହା ସେମାନଙ୍କର ହଜମ ପକ୍ରିୟାକୁ କ୍ଷତି ପହଞ୍ଚାଉଛି । ହଜମର ପକ୍ରିୟା କାମ ନକଲାବେଳେ ସେମ।।ନେ ଆଉ ନଖାଇ ସେମିତି ପଡ଼ିରହୁଛନ୍ତି । ଏତେ ବଡ଼ ଶରୀରକୁ ରକ୍ଷା କରିବା ପାଇଁ ଯେତେପରିମାଣର ଖାଦ୍ୟ ଦରକାର ତାହା ନଖାଇବା ଫଳରେ ସେମାନେ ଦୁର୍ବଳହୋଇ ଯାଉଛନ୍ତି ଓ ଖାଦ୍ୟ ପାନୀୟ ଗ୍ରହଣ ନକରି ମରିଯାଉଛନ୍ତି । ସେଠାକାର ସରକାର ୨୦୧୭ରେ ଘୋଷଣା କରିଥିଲେ ଯେ, ଅଳିଆର ବର୍ଗୀକରଣ କରି ହଜମ ହେଉନଥିବା ଦ୍ରବ୍ୟକୁ ଅଲଗା କରିଦେବେ କିନ୍ତୁ ଏହା ଏଯାଏ ହେଉନାହିଁ । ସେହିପରି ଅଳିଆ ଗଦାଥିବା ଅଞ୍ଚଳରେ ବିଦ୍ୟୁତବାଡ ଲଗାଇବେ ଯେମିତି ହାତୀ ସେଠାକୁ ଯାଇପାରିବେ ନାହିଁ । ଏଯାଏ ତାହା ସଫଳ ହୋଇନାହିଁ ।