ଜାମିନ୍‌ରେ ଆସି ସ୍ତ୍ରୀକୁ ହତ୍ୟା କଲା ଅଭିଯୁକ୍ତ, ନିଲମ୍ୱିତ ହେଲେ ତିନି ପୋଲିସ୍‌ ଅଧିକାରୀ

ନୂଆଦିଲ୍ଲୀ, ୧୭/୦୮: ଜାମିନ୍‌ରେ ଆସି ସ୍ତ୍ରୀକୁ ହତ୍ୟା କରିଛି ଜଣେ କଏଦୀ । ଏଭଳି ଏକ ଘଟଣା ଘଟିଛି ଖୋଦ୍‌ ରାଜଧାନୀ ଦିଲ୍ଲୀରେ । ଏକ ଅଦାଲତକୁ ଦିଲ୍ଲୀ ପୋଲିସ୍‌ କହିଛି ଯେ, ଅନ୍ତରୀଣ ଜାମିନ୍‌ରେ ବାହାରକୁ ବାହାରିଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ତାଙ୍କର ପତ୍ନୀଙ୍କ ହତ୍ୟା ହୋଇଥିବା କୁହାଯାଉଛି । ଏହାକୁ ନେଇ ଦିଲ୍ଲୀର ସେହି କୋର୍ଟ ୩ ପୋଲିସ୍‌ ଅଧିକାରୀଙ୍କୁ ନିଲମ୍ୱିତ କରିଦେଇଛନ୍ତି । ଏଥି ସହିତ ସେମାନଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଅଭିଯୁକ୍ତର ପତ୍ନୀ ପ୍ରତି ବିପଦ ରହିଥିବା ଆଶଙ୍କା କରି କୋର୍ଟ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଆଦେଶ ଦେଇଥିଲେ । କିନ୍ତୁ ଏହାପରେ ବି ଅଭିଯୁକ୍ତ କିପରି ତାର ସ୍ତ୍ରୀକୁ ହତ୍ୟା କଲା ସେ ନେଇ ପ୍ରଶ୍ନ ଉଠୁଛି । ଦିଲ୍ଲୀ ପୋଲିସ୍‌ କମିଶନର୍‌ ଏନେଇ କୋର୍ଟକୁ ସୂଚିତ କରିଛନ୍ତି ଯେ, ଗୋବିନ୍ଦପୁର ପୋଲିସ୍‌ ଥାନାର ଇନ୍‌ସ୍ପେକ୍ଟର, ସବ୍‌ ଇନ୍‌ସ୍ପେକ୍ଚର ଏବଂ ସହାୟକ ସବ୍‌ ଇନ୍‌ସ୍ପେକ୍ଚରଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି ।

ଅଦାଲତ ୧୬ ତାରିଖ ଦେଇଥିବା ଆଦେଶ ଅନୁସାରେ, ପୋଲିସ୍‌ ପକ୍ଷରୁ ତଦନ୍ତ କରାଯାଇଥିବା ପୋଲିସ୍‌ କମିଶନର୍‌ କହିଛନ୍ତି । ଏଥିରେ ପ୍ରାଥମିକ ସ୍ତରରୁ ଦୋଷୀ ପାଇଥିବା ତିନି ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କ ବିରୋଧରେ ଆଧିକାରୀକ ଯାଞ୍ଚ କରାଯିବା ପାଇଁ ମଧ୍ୟ କମିଶନର୍‌ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ଅଭିଯୁକ୍ତ ନନ୍ଦ ନାୟକର ଅନ୍ତରୀଣ ଜାମିନ ରଦ୍ଦ ହୋଇଯିବା ପରେ ସେ ଆସି ଜେଲ୍‌ରେ ଆତ୍ମସମର୍ପଣ କରିବାର ଥିଲା । ହେଲେ ସେ ତାର ପତ୍ନୀକୁ ଜେଲ୍‌ରେ ହାଜର ହେବା ପୂର୍ବରୁ ହତ୍ୟା କରିଦେଇଥିବା କହିଛି । ଯିଏ କି ତା ବିରୋଧରେ ଚାଲିଥିବା ମାମଲାରେ  ଏକ ମାତ୍ର ସାକ୍ଷୀ ଥିଲେ । 

Spread the love