ଜନ୍ମାଷ୍ଟମୀରେ ମୟୂରପୁଚ୍ଛରେ ଆପଣାନ୍ତୁ ଏହି ଉପାୟ, ମିଳିବ ଏହିସବୁ ଫାଇଦା

ହିନ୍ଦୁ ଧର୍ମରେ ମୟୂରପୁଚ୍ଛର ଅନେକ ଧାର୍ମିକ ମହତ୍ତ୍ବ ରହିଛି। ମୟୂରପୁଚ୍ଛ କେବଳ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପ୍ରିୟ ନୁହେଁ ବରଂ ମାତା ସରସ୍ବତୀ, ଲକ୍ଷ୍ମୀ, ଇନ୍ଦ୍ରଦେବ, କାର୍ତ୍ତିକ ତଥା ଗଣେଶଙ୍କୁ ଅତ୍ଯନ୍ତ ପ୍ରିୟ । ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୂରପୁଚ୍ଛ। ତେଣୁ ସବୁବେଳେ ସେ ଏହାକୁ ମଥାରେ ଧାରଣ କରିଛି। ଚଳିତବର୍ଷ ୩୦ ଅଗଷ୍ଟକୁ ଜନ୍ମାଷ୍ଟମୀ ପାଳନ କରାଯିବ। ଜ୍ଯୋତିଷ ଶାସ୍ତ୍ର ଛଡା ବାସ୍ତୁ ଶାସ୍ତ୍ରରେ ମୟୂରପୁଚ୍ଛର ସ୍ବତନ୍ତ୍ର ମହତ୍ତ୍ବ ରହିଥାଏ। ତେବେ ଏହି ଅବସରରେ ଜାଣନ୍ତୁ, ମୟୂରପୁଚ୍ଛ ରଖିବାର କିଛି ଉପାୟ ବତାଇବୁ…ଘରେ ଯଦି କୌଣସି ବାସ୍ତୁଦୋଷ ରହିଥିବା ୮ଟି ମୟୂରପୁଚ୍ଛ ସହିତ ଧଳା ଅଂଶକୁ ସୂତାରେ ବାନ୍ଧି ଦିଅନ୍ତୁ ଏବଂ ଓମ ସୋମାୟ ନମଃ ମନ୍ତ୍ର ଜପ କରନ୍ତୁ।ଘରର ମୁଖ୍ଯ ଦ୍ବାରରେ ମୟୂରପୁଚ୍ଛ ଲଗାଇବା ଦ୍ବାରା କୌଣସି ପ୍ରକାର କୁନଜର ଏବଂ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେ ନାହିଁ।

ଯଦି ଆପଣଙ୍କ ପିଲା ବହୁତ ଜିଦ୍ଦି ହେଉଥାଏ, ତେବେ ମୟୂରପୁଚ୍ଛରେ ତିଆରି ଫ୍ଯାନରେ ବିଞ୍ଚନ୍ତୁ।

ପିଲା ଯଦି ପାଠପଢାରେ ଧ୍ୟାନ ନ ଦେଉଥାଏ, ତେବେ ପିଲାର ବହିରେ ମୟୂରପୁଚ୍ଛ ରଖିଦିଅନ୍ତୁ, ଏକାଗ୍ରତା ବଢିବ।

Spread the love