ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ବୀର ବାଦ୍ୟରେ କମ୍ପିବ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥର ପରେଡରେ ୧୦ଟି ଚ୍ରୁପ୍‌ ଅଂଶଗ୍ରହଣ କରିଛନ୍ତି। ମହାତ୍ମାଗାନ୍ଧୀ ମାର୍ଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସିସିଟଭି ଛାଉଣୀ କରାଯାଇଛି। ୧୨ଟି ସିସିଟିଭି ଲଗାଯାଇଛି। ଗାନ୍ଧୀ ମାର୍ଗକୁ ସିଲ୍‌ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମୁତୟନ ହେବେ ୨୫ପ୍ଲାଟୁନ୍‌ ଫୋର୍ସ ଓ ୭୦ଜଣ ବରିଷ୍ଠ ପୋଲିସ ଅଧିକାରୀ। ଆଜି ପାଇଁ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଜାରି କରାଯାଇଛି।

ଏପଟେ ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି ସାରା ରାଜ୍ୟ । ବିଧାନସଭା, ସଚିବାଳୟ ଓ କମିଶନରେଟ ଅଫିସ ସଜେଇ ହୋଇଛି । ବିଭିନ୍ନ ଆକୃତିରେ ସଜେଇ ହୋଇ ଆକାଶମାର୍ଗକୁ ରଂଗୀନ କରିଛନ୍ତି । ସବୁଆଡ଼େ ଝଲସିଥିଲା ରଂଗୀନ୍‌ ଆଲୋକ ।

Spread the love