କ’ଣ ଅଛି ଏହି ‘ଜାନୁୟାରୀ ୨୬’ରେ ?

ଆଜି ଜାନୁୟାରୀ ୨୬। ପ୍ରତ୍ୟେକଟି ଭାରତୀୟ ପାଇଁ ଗର୍ବ ଆଉ ଗୌରବର ଦିନଟିଏ। ହେଲେ କେବେ ଭାବିଛନ୍ତି ଭାରତର ଏହି ମହାନ୍‌ ଗାଣତାନ୍ତ୍ରିକ ପର୍ବଟି ପାଳିବାକୁ ଏହି ଦିନଟି ହିଁ କାହିଁକି ଠିକ୍‌ ହେଲେ। କ’ଣ ଅଛି ଏହି ‘ଜାନୁୟାରୀ ୨୬’ରେ ? ତତ୍କାଳୀନ ନେତାମାନେ ଚାହିଁଥିଲେ ଏହି ପର୍ବ ଅନ୍ୟ ତାରିଖରେ ବି ପାଳି ପାରିଥାନ୍ତେ ହେଲେ କ’ଣ ପାଇଁ ଚୟନ କରିଥିଲେ ଏହି ଦିନଟିକୁ। 

ଅସନ୍ତୁ ଜାଣିବା ଆପଣଙ୍କ ମନରେ ଉଠିଥିବା ଏହି ପ୍ରଶ୍ନର ଉତ୍ତର।

ପରାଧିନତାର ଶୃଙ୍ଖଳରେ ବନ୍ଧା ପଡ଼ିଥାଏ ଭାରତ ମାତା। ଦୁଃଖ ଆଉ ନିର୍ଯାତନା ଭୋଗୁଥାନ୍ତି ତା‘ର ସନ୍ତାନ, ଭାରତୀୟମାନେ। ୧୯୧୯ରେ ଇଂରେଜ ସରକାରଙ୍କ ମଣ୍ଟିଗ୍ୟୁ-ଚେମ୍ସଫୋର୍ଡ ନୀତି ପ୍ରାଣୟନ ହୁଏ। ଆଉ ଏହି ନୀତିର ରକ୍ଷା ପାଇଁ ୧୯୨୭ରେ ନିୟୋଜିତ ହୁଅନ୍ତି ସାଇମନ୍‌ କମିଶନ୍‌। ହେଲେ ଏହି କମିଶନ୍‌ରେ କୌଣସି ଭାରତୀୟଙ୍କୁ ସ୍ଥାନ ଦିଆଯାଏ ନାହିଁ। ଫଳରେ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ମନରେ ଅସନ୍ତୋଷ କୁହୁଳି ଉଠେ। ଏହି କମିଶନ୍‌ର ନ୍ୟାୟ ନିଷ୍ପତ୍ତି ମାନିବା ଓ ସେହି ଅନୁଯାୟୀ ଭାରତ ଶାସିତ ହେଉ ଏହା କେହି ଚାହାନ୍ତି ନାହିଁ। ସାରା ଭାରତରେ କୁହୁଳି ଉଠେ ବିଦ୍ରୋହର ବହ୍ନି। ସଇମନ୍‌ ଗୋ ବ୍ୟାକ୍‌ ନାରାରେ କମ୍ପିଉଠେ ଭାରତର ଛାତି। ଡରିଯାଆନ୍ତି ଇଂରେଜ ସରକାର । ହଡବଡ଼େଇ ଯାଇ ଭାରତରେ ନିୟୋଜିତ ଇଂରେଜ ଅଧିକାରୀ ବର୍ଗନ୍‌ ହେଡ୍‌ ଗୋଟେ ଅଜବ କଥା କହିଦିଅନ୍ତି।

ଭାରତୀୟମାନେ ମୁର୍ଖ ଏବଂ ପରସ୍ପର ମଧ୍ୟରେ ମତଭେଦ ଯୋଗୁ ସେମାନେ ନିଜ ଶାସନ ଡୋର ନିଜ ହାତରେ ରଖି ପାରିବେ ନାହିଁ ବୋଲି ସେ ଆପାତତଃ ସ୍ଥିର ନିଶ୍ଚିତ ଥାଆନ୍ତି। ଏଣୁ ସମ୍ବିଧାନ ପ୍ରସ୍ତୁତ କରିବା ତାଙ୍କପାଇଁ କାଠିକର ପାଠ ହେବ ବୋଲି ଭାବନ୍ତି। ଆଉ କୁହନ୍ତି, “ଯଦି ପାରୁଛ, ନିଜ ସମ୍ବିଧାନ ନିଜେ ପ୍ରସ୍ତୁତ କର, ଆଉ ସରକାରଙ୍କୁ ହସ୍ତାନ୍ତର କର”।

ଯାହାକୁ ସ୍ୱୀକାର କରି ନିଅନ୍ତି ତତ୍କାଳୀନ ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିଥିବା ନେତାମାନେ । ମୋତିଲାଲ ନେହେରୁ(ଅଧ୍ୟକ୍ଷ), ତେଜ୍‌ ବାହାଦୁର ସବ୍ରୁ, ଜବାହାର ଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଭଳି ଜ୍ଞାନୀଗୁଣି ବ୍ୟକ୍ତିଙ୍କୁ ନେଇ ଗଠିତ ହୁଏ କମିଟି। ମୁସଲିମ୍‌ ଲିଗ୍‌ ମଧ୍ୟ ଏଥିରେ ଜଣେ ସଦସ୍ୟଙ୍କୁ ନିୟୋଜିତ କରେ।

Spread the love