ବୁମରାଙ୍କ ବିଶ୍ୱ ରେକର୍ଡ, ଟେଷ୍ଟମ୍ୟାଚର ଗୋଟିଏ ଓଭରରେ କଲେ ଏତେ ରନ୍

ଭାରତୀୟ ଟେଷ୍ଟ କ୍ରିକେଟ ଟିମର କ୍ୟାପଟେନ ଭାବେ ଚୟନ ହେବା ପରେ ଜସପିତ୍ ବୁମରା ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଇଂଲଣ୍ଡ ମାଟିରେ ଇଂଲଣ୍ଡ ବିରୋଧରେ ଗୋଟିଏ ଓଭରରେ ୩୫ ରନ କରି ଟେଷ୍ଟ କ୍ରିକେଟର ଥିବା ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ଏହି ଭାରତୀୟ କ୍ରିକେଟର ।

କହିରଖୁ କି ଇଂଲଣ୍ଡ ବିରୋଧରେ ପଞ୍ଚମ ଟେଷ୍ଟରେ ଭାରତୀୟ ଦଳ ୪୧୬ ରନ କରି ଅଲ ଆଉଟ ହୋଇଛି । ଋଷଭ ପନ୍ତ ଓ ରବିନ୍ଦ୍ର ଜାଡେଜା ଏହି ଟେଷ୍ଟମ୍ୟାଚରେ ଶତକ ହାସଲ କରିଛନ୍ତି । ହେଲେ ଏହି ଟେଷ୍ଟମ୍ୟାଚରେ ନିଜ ବ୍ୟାଟର ଯାଦୁ ଦେଖାଇଛନ୍ତି କ୍ୟାପଟେନ ଜସପିତ ବୁମରା । ସେ ଇଂଲଣ୍ଡର ଦ୍ରୁତ ବୋଲର ସ୍ଟୁଅର୍ଟ ବ୍ରାଣ୍ଡଙ୍କର ଗୋଟିଏ ଓଭରରେ ୩୫ ରନ ପିଟିଛନ୍ତି । ଏହା ପୂର୍ବରୁ ୨୦୦୨ ମସିହାରେ ସାଉଥ୍ ଆଫ୍ରିକା ବିରୋଧରେ ବ୍ରାଏନ ଲାରା ଗୋଟିଏ ଓଭରରେ ୨୮ ରନ କରି ରେକର୍ଡ କରିଥିଲେ । ସେହିଭଳି ୨୦୧୩ ମସିହାରେ ଜର୍ଜ ବେଲି ବି ଜେମ୍ସ ଅଣ୍ଡରସନଙ୍କର ଗୋଟିଏ ଓଭରରୁ ୨୮ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟପଟେ ୨୦୧୮ ମସିହାରେ କେଶବ ମହାରାଜ ଜୁ ରୁଟଙ୍କ ଗୋଟିଏ ଓଭରରୁ ୨୮ ରନ ସ୍କୋର କରିପାରିଥିଲେ     ।

Spread the love