ମଦ୍ରାସାରେ ଜାତୀୟ ସଂଗୀତ ବାଧ୍ୟତାମୁଳକ; କ୍ଲାସ୍‌ ଆରମ୍ଭ ହେବା ପୂର୍ବରୁ ବିଦ୍ୟାର୍ଥୀ ଓ ଶିକ୍ଷକ ଗାଇବେ ଜନ ଗଣ ମନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୀରେ ଧୀରେ କଡ଼ା ହେଉଛି ନିୟମ। ଏଣିକି ମଦ୍ରାସାରେ ଗାଇବେ ଜାତୀୟ ସଂଗୀତ। ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ପିଲାମାନେ ଜାତୀୟ ସଂଗୀତ ଗାନ କରିବେ ବୋଲି ଉତ୍ତର ପ୍ରଦେଶ ସରକାର ନିୟମ କରିଛନ୍ତି। କ୍ଲାସ୍ ଆରମ୍ଭ ପୂର୍ବରୁ ମଦ୍ରାସାର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୁଳକ ବୋଲି ୟୁପି ସରକାର କହିଛନ୍ତି। ଆଜି(ମେ ୧୨.୨୦୨୨) ଠାରୁ ଏହି ନିୟମ ଲାଗୁ ହେବ।

ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅନ୍‌ସାରୀ ଏହି ନିର୍ଦ୍ଦେଶ ପାସ୍ କରିଛନ୍ତି। ମାର୍ଚ୍ଚ ୨୪ ତାରିଖରେ ୟୁପି ମଦ୍ରାସା ଏଜୁକେସନ୍ ବୋର୍ଡ ଦ୍ୱାରା ବସିଥିବ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିର୍ଦ୍ଦେଶ ମେ ୯ ତାରିଖରେ ପାସ ହୋଇଥିଲା। ଆଜି ସଂଖ୍ୟାଲଘୁ ମନ୍ତ୍ରୀ ଏହି ନିର୍ଦ୍ଦେଶକୁ ପାସ୍ କରି ଆଜିଠାରୁ ଏହାକୁ ଲାଗୁ କରିଛନ୍ତି। ଫଳରେ ମଦ୍ରାଶା ବିଦ୍ୟାର୍ଥୀ ପୂର୍ବ ଧାର୍ମିକ ପ୍ରାର୍ଥନା ଗାଇବା ସହିତ ଭାରତର ଜାତୀୟ ସଂଗୀତ ବି ଗାଇବେ।

ରମଜାନ ପାଇଁ ମଦ୍ରାସାଗୁଡ଼ିକ ମାର୍ଚ୍ଚ ୩୦ ତାରିଖରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଗୁରୁବାର ମଦ୍ରାସା ସ୍କୁଲ୍ ଖୋଲିଥିବା ବେଳେ ଏହି ନିର୍ଦ୍ଦେଶ ଆଜିଠାରୁ ଲାଗୁ ହୋଇଛି। ଏହି ନିୟମ ମାନ୍ୟତାପ୍ରାପ୍ତ, ସହାୟତା ପ୍ରାପ୍ତ ଓ ସହାୟ ନ ପାଉଥିବା ମଦ୍ରାସା ଉପରେ ବି ଲାଗୁ ହେବ।

୨୦୧୭ ପର ଠାରୁ ମଦ୍ରାସାରେ ଜାତୀୟ ସଂଗୀତ ଗାଇବା ସହିତ ପତାକା ଉତ୍ତୋଳନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହାର ୫ ବର୍ଷ ପରେ ମଦ୍ରାସାଗୁଡ଼ିକରେ ଜାତୀୟ ସଂଗୀତ ଗାଇବାକୁ ନିର୍ଦ୍ଦେଶ ହୋଇଛି।

Spread the love