ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଦ୍ବିତୀୟଙ୍କ ସହିତ ଛାଡ଼ପତ୍ର ପରେ ବିଦେଶ ଯାଇ ତୃତୀୟ ବିବାହ କରିଥିଲେ ପୂର୍ବତନ ସାଂସଦ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜୌନପୁର ସିଟର ପୂର୍ବତନ ସାଂସଦ ବାହୁବଳୀ ଧନଞ୍ଜୟ ସିଂହଙ୍କୁ ଧମକ ଓ ଅପହରଣ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କୋର୍ଟ ଆଜି ଧନଞ୍ଜୟ ସିଂହଙ୍କୁ ଦଣ୍ଡା ଶୁଣାଣି କରିବ। ତେଣୁ ତାଙ୍କୁ ପୂର୍ବରୁ ହିଁ ପୁଲିସ ହେପାଜତକୁ ନିଆଯାଇ ସାରିଛି। ଧନଞ୍ଜୟ ସିଂହ ଅପରାଧ ଦୁନିଆର ଜଣାଶୁଣା ନାମ। ଧନଞ୍ଜୟଙ୍କ ଅପରାଧ ବିଷୟରେ ସମସ୍ତେ ଜାଣିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି। ବାହୁବଳୀ ଧନଞ୍ଜୟ ସିଂହ ତିନିଥର ବିବାହ କରିଛନ୍ତି। ଧନଞ୍ଜୟଙ୍କ ପ୍ରଥମ ସ୍ତ୍ରୀ ମିନୁ ସିଂହଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। କେହିକେହି ମିନୁ ନିଜେ ଜୀବନ ହାରିଥିବା କହିଥିଲେ। କିନ୍ତୁ ତାଙ୍କ ମୃତ୍ୟୁର କାରଣ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।