ଏସଏଚଜି ଗ୍ରୁପ୍ ଟଙ୍କା ସୁଧ କାରବାର ପ୍ରସଙ୍ଗରେ ବର୍ଷିଲେ ଜୟ ନାରାୟଣ

ଏସଏଚଜି ଗ୍ରୁପ ଟଙ୍କା ନେଇ ସୁଧ କାରବାର କରିବା ପ୍ରସଙ୍ଗରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଛନ୍ତି, ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା, ତାକୁ ତଳ ସ୍ତରକୁ ନେଇ ଏସଏଚଜି ଗ୍ରୁପ୍ ଦ୍ୱାରା ଦୁର୍ନୀତି କରୁଛନ୍ତି । ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସତ୍ୟାସତ୍ୟ ରହିଛି । ଏଥିସହ କେନ୍ଦ୍ର ଅବହେଳା ଅଭିଯୋଗ ପ୍ରସଙ୍ଗରେ କହିଛନ୍ତି, କେନ୍ଦ୍ର ଯେତିକି ଟଙ୍କା ଦେଉଛି, ତାକୁ ଖର୍ଚ୍ଚ କରିପାରୁ ନାହାନ୍ତି । ସେଥିପାଇଁ ଗ୍ୟାସ କଥା କହୁଛନ୍ତି । ତିନି ବର୍ଷରେ ବ୍ୟବହାର ନହୋଇ କେତେ ଟଙ୍କା ଫେରସ୍ତ ହୋଇଛି ? ରାଜ୍ୟରେ ଡ୍ରପ ଆଉଟ୍, ଛାତ୍ରଛାତ୍ରୀ, ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, ସବୁଠୁ ଅଧିକ ବୋଲି ସେ ଅଭିଯୋଗ କରିଛନ୍ତି ।

Spread the love