2 ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ବଡବାପାକୁ ଆଜୀବନ କାରାଦଣ୍ଡ

କଟକ ୧।ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଦୁଷ୍କର୍ମକାରୀ । ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବଡ଼ବାପା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁଷ୍କର୍ମକାରୀ ବଡ ବାପାକୁ ଦଣ୍ଡିତ କଲେ କଟକ ପୋକ୍ସୋ କୋର୍ଟ । କଟକ ସଦର ଉରାଳି ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା।

ସୂଚନାଯୋଗ୍ୟ ଯେ, ୨୦୨୦ମସିହା ନଭେମ୍ବର ୧୬ ତାରିଖରେ କଟକ ସଦର ଉରାଳି ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ ଘଟଣା । ଦୁଇ ନାବାଳିକା ଭଉଣୀଙ୍କୁ ବଡ଼ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ବଡବାପା ହରିଶ୍ଚନ୍ଦ୍ର ବାରିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୋକ୍ସୋ କୋର୍ଟ । ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

Spread the love