ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀଦଳ ନେତା

ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀଦଳ ନେତା

କେନ୍ୟୁଜ୍(ବ୍ୟୁରୋ): ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀଦଳ ନେତା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣଙ୍କ ନାଁ ପ୍ରସ୍ତାବ ଦେଇଥିଲେ ବିଧାୟକ ମୋହନ ମାଝୀ । ମୋହନ ମାଝୀଙ୍କ ପ୍ରସ୍ତାବକୁ ସମସ୍ତେ ସମର୍ଥନ କରିଥିଲେ । ବିଜେପିର ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏନେଇ ଘୋଷଣା କରିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି । ଯେଉଁଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁ ନାହାନ୍ତି। ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ସମ୍ୱଲପୁର ବିଧାୟକ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ଭାବେ ବିଜେପି ଘୋଷଣା କରିଛି।

ଅନ୍ୟପକ୍ଷରେ ନୂଆ ଦାୟିତ୍ୱ ପାଇବା ପରେ ଜୟନାରାୟଣ ରାଜ୍ୟ ବିଜେପି ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ଏହି ଗୁରୁଦାୟିତ୍ବକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପୂରଣ କରିବି । ସମ୍ବଲପୁରରରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ଜୟନାରାୟଣ ମିଶ୍ର । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ନବୀନ ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ସେହିପରି ପିଏସି କମିଟି ଅଧ୍ୟକ୍ଷ ହେବେ ମୋହନ ମାଝୀ । ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି ମୋହନ ମାଝୀ ।

Spread the love