ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁଙ୍କ ହତ୍ୟାକାଣ୍ଡ ଘଟଣାରେ ସେ କୋର୍ଟରେ ହାଜର ହୋଇଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସମୀର ଦେଙ୍କ ସମେତ ସମୁଦାୟ ୧୬ ଜଣଙ୍କ ନାମରେ ରହିଛି ହତ୍ୟା ମାମଲା। ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ସୋହେଲା ଜେଏମ୍‌ଏଫ୍‌ସି କୋର୍ଟରୁ ଜାମିନରେ ଯାଇଛନ୍ତି ଜୟ ନାରାୟଣ ମିଶ୍ର। ସମୀର ଦେ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି କୋର୍ଟ।

ଆଜି ଜୟନାରାୟଣଙ୍କ ସମେତ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଜାରି ଦେଇଥିଲେ ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟ। ଏହି ମାମଲାରେ ଜୟ ନାରାୟଣ ମିଶ୍ର ହାଇକୋର୍ଟଙ୍କ ଜାମିନ ସର୍ତ୍ତକୁ ଖିଲାପ କରିଥିବା ଦର୍ଶାଇ ଜାମିନ ଖାରଜ କରିବାକୁ ଆବେଦନ କରିଛନ୍ତି ଅଭିଯୋଗକାରୀ ବିମଲ ଭୁଏ। ଜିଆର୍‌ ୧୦/୧୧  ମାମଲାରେ ଝାରବନ୍ଧର ତତ୍କାଳୀନ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଜାତିଆଣ ଆକ୍ଷେପ ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ ଅଭିଯୋଗକାରୀ ତଥା ତତ୍କାଳୀନ ଝାରବନ୍ଧ ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ଛତ୍ରୀଆଙ୍କୁ ମଧ୍ୟ ହାଜାର ହେବାକୁ ନିର୍ଦ୍ଦେଶ ହୋଇଥିଲା।

Spread the love