ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲୁଛି ବୋଲି ମୋ ବିରୁଦ୍ଧରେ ହେଉଛି ଷଡଯନ୍ତ୍ର : ଜୟନାରାୟଣ ମିଶ୍ର

ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଏକ୍ସପୋଜ ହେବ । ଘଟଣା ପଛରେ ଅନେକ ରହସ୍ୟ ରହିଛି । ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି । ମୋତେ ମ୍ୟାନେଜ ନ କରି ପାରିବାରୁ ମୋ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରାଯାଇଛି । ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି । ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡ଼ିବେଟ ପାଇଁ ପ୍ରସ୍ତୁତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭାରେ ବି ଯଦି ମୋ ବିଷୟ ସେମାନେ ଉଠେଇବେ ମୁଁ ଆଲୋଚନା ପାଇଁ ପ୍ରସ୍ତୁତ । ବାସଭବନ ଆଗରେ ବିକ୍ଷୋଭକୁ ନେଇ କହିଲେ ଗତକାଲି କିନ୍ନରମାନେ ଆସିଥିଲେ ବିକ୍ଷୋଭ କରିବା ପାଇଁ ମିଠା ଖାଇ ମୋତେ ଆଶୀର୍ବାଦ କରି ଯାଇଛନ୍ତି । ସେହିପରି ଆଜି ଯେଉଁ ବିକ୍ଷୋଭ ହେଇଛି ସେମାନେ ଗତକାଲି ମୋ ଘରକୁ ଆସି କହିଥିଲେ ଯେ ଆମକୁ ଉପରୁ ନିର୍ଦ୍ଦେଶ ଅଛି ବିକ୍ଷୋଭ କରିବା ପାଇଁ ଆମେ ଆପଣ ଘର ଆଗରେ ଟିକିଏ ବିକ୍ଷୋଭ କରିବୁ । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ଏ ସବୁ ପ୍ରାୟୋଜିତ ଭାବେ କରାଉଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

Spread the love