ଜନବିରୋଧୀ ବୟାନ ନେଇ ନବୀନଙ୍କୁ ଟାର୍ଗେଟ କଲେ ଜୟନାରାୟଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନବିରୋଧୀ ବୟାନକୁ ନେଇ ବିରୋଧୀ ଦଳ ନେତା ନବୀନଙ୍କୁ ଟାର୍ଗେଟ କରିଛନ୍ତି | ଜୟନାରାୟଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଧାନସଭା ଭିତରେ ବିରୋଧୀଙ୍କୁ ଜନବିରୋଧୀ କହିଛନ୍ତି ଏବଂ ବିଧାନସଭା ଆସିପାରିବ ନାହିଁ ବୋଲି ଧମକ ଦେଇଥିଲେ | ଏଥିରେ କିଛି ନୂତନତ୍ବ ନାହିଁ | ଓଡିଶାରେ ନବୀନ ପଟ୍ଟନାୟକଙ୍କଠାରୁ ବେଶୀ ଜନବିରୋଧୀ କିଏ ? ନବୀନ ଓଡିଶାରେ ସବୁଠୁ ଅଧିକ ଜନ ବିରୋଧୀ | ତାଙ୍କ ୨୩ ବର୍ଷ ଶାସନ କାଳରେ ଓଡିଶା ଏକ ପଛୁଆ ରାଜ୍ୟରେ ପରିଣତ ହୋଇଛି | ଦାରିଦ୍ର୍ୟ, ନାରୀ ନିର୍ଯାତନା ପ୍ରାଥମିକ ଶିକ୍ଷାଠାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁ ବିପର୍ଯ୍ୟସ୍ତ ହୋଇପଡିଛି | ନବୀନ ବାବୁ ଆମକୁ ଜନ ବିରୋଧୀ କହିବା ପୂର୍ବରୁ ଭାବିବା କଥା ସେ ସବୁଠାରୁ ବଡ଼ ଜନ ବିରୋଧୀ | ତାଙ୍କଠୁ ବଡ଼ ଜନ ବିରୋଧୀ ଆମେ ଦେଖି ନାହୁଁ |

ଜଣେ ଆଇଏଏସ ଅଫିସରକୁ ସରକାର ଲିଜ ଦାୟିତ୍ୱ ଦେଇଛନ୍ତି, ତାଙ୍କଠୁ ଅଧିକ ଜନବିରୋଧୀ ଆଉ କିଏ? ଦାୟିତ୍ୱହୀନ ମନ୍ତବ୍ୟ ସେ ଦେଉଛନ୍ତି | ଜଣେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧୀ ଦଳକୁ ଜନବିରୋଧୀ କହୁଛନ୍ତି, ତେବେ ଜନବିରୋଧୀମାନେ କେମିତି ବିଧାନସଭାରେ ବସିବେ ? ସେହିପରି ନବୀନଙ୍କ ଅପପ୍ରଚାର ବିବୃତ୍ତିକୁ ନେଇ ଜୟନାରାୟଣ କହିଛନ୍ତି ଯେ କଣ ଅପପ୍ରଚାର କରୁଛୁ ? କଣ ପ୍ରମାଣ ଦେବେ କି ? କଣ ଅପପ୍ରଚାର କରିଛୁ ? ଓଡିଶାବାସୀଙ୍କ ପାଇଁ ଟିକେ କଳଙ୍କ ହୋଇଛନ୍ତି | ସେ ଅପସରି ଯାଆନ୍ତୁ | ଭଗବାନ ଦୀର୍ଘାୟୁ କରନ୍ତୁ, କଣ ଅପପ୍ରଚାର କଲୁ | ସେ ଚିନ୍ତିତ ଅଛନ୍ତି, ଏତେ ଦିନ ଧରି କହୁନଥିଲେ ଆଜି କାହିଁକି କହୁଛନ୍ତି, ତାଙ୍କ କର୍ମ ଯୋଗୁଁ ଚିନ୍ତିତ ଅଛନ୍ତି | ଚିନ୍ତିତ ହୋଇ ସେ ଧୈର୍ଯ୍ୟହରା ହୋଇ କହୁଛନ୍ତି | ଉଲ୍ଲେଖ ଥାଉ କି ଆଜି ବିଜେଡିର ଜନସଂପର୍କ ଯାତ୍ରାବେଳେ ନବୀନ କହିଥିଲେ ଯେ ଓଡ଼ିଶାର ବିକାଶରେ ବିରୋଧୀ ଦଳ ବାଧକ ସାଜିଛନ୍ତି। ସେମାନେ ଖୁସି ନାହାନ୍ତି। ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଛି। ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି। ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି। ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ ।

Spread the love