ଜୟନ୍ତୀ ଓ ଦୀପଗ୍ରେସ୍‌ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର।

ଜୟନ୍ତୀ ଓ ଦୀପଗ୍ରେସ୍‌ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ପାରା ଆଥଲେଟ ଜୟନ୍ତୀ ବେହେରା, ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ପାଇଲେ ଏହି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି।  ଉଭୟଙ୍କୁ ମାନପତ୍ର, ଉପଢୌକନ ସହ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି।ସେହିପରି ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦିଆଯାଇଛି। ସତ୍ୟରଂଜନ ପଟ୍ଟନାୟକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା କୋଚ୍ ପୁରସ୍କାର ମିଳିଛି। କୋଚ୍ ଶିବପ୍ରସାଦ ଦାସ, ଚେସ୍ ତାରକା ପଦ୍ମିନୀ ରାଉତଙ୍କୁ ଅର୍ଥ ପୁରସ୍କାର ମିଳିଛି। ହୁପି ମାଝୀ, ରାଜଶ୍ରୀ ମହାପାତ୍ର, ମନିଷା ମେରେଲ, ପ୍ରତ୍ୟାଶା ରାୟଙ୍କୁ ଅର୍ଥ ପୁରସ୍କାର ଦିଆଯାଇଛି।

Spread the love