ହାତଛାଡି ଫୁଲ ଧରିଲେ ଜୟଶ୍ରୀ ପଟ୍ଟନାୟକ

ହାତ ଛାଡି ପଦ୍ମ ଧରିଛନ୍ତି ମହିଳା କଂଗ୍ରେସର ପୂର୍ବତନ ଉପ-ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ।  କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ମିଶିଥିବା କହିଛନ୍ତି। ତାଙ୍କ ସହ ଖୋର୍ଦ୍ଧା ଜିଲ୍ଲାର କିଛି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ମିଶିବା ପରେ ଜୟଶ୍ରୀ ପଟ୍ଟନାୟକ କହିଛନ୍ତି,“ ମୋ ନିଜ ଖୁସିରେ ବିଜେପି ଦଳକୁ ଆସିଛି। କଂଗ୍ରେସ ଦଳର ମନଇଚ୍ଛା କାର୍ଯ୍ୟ ଓ ପାରିବାରିକ ରାଜନୀତି ମୋତେ କଷ୍ଟ ଦେଇଥିଲା।”

ସୂଚନାଯୋଗ୍ୟ, ଗତ 17 ତାରିଖରେ ଜୟଶ୍ରୀ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପ-ସଭାନେତ୍ରୀ ଓ ପ୍ରଦେଶ କଂଗ୍ରେସ ସଭ୍ୟା ପଦବୀରୁ ଇସ୍ତଫା ଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଅଫିସ୍ ଓ ରାହୁଲ ଗାନ୍ଧୀଙ୍କ ଅଫିସ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ।

Spread the love