ପ୍ରବଳ ବର୍ଷାରେ ବେହାଲ ଜୟପୁର ସହର, ଜଳବନ୍ଦୀ ହେଲେ ସହରବାସୀ

ଜୟପୁର ୧।୮: ପ୍ରବଳ ବର୍ଷାରେ ବେହାଲ ଜୟପୁର ସହର।  ସୋମବାର ସକାଳୁ ୨ ଘଣ୍ଟା ଧରି ଲଗାଣ ବର୍ଷା ହେବା ଫଳରେ ସହରବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ଯାଇଥିଲେ। ରାସ୍ତା ଘାଟରେ ପ୍ରବଳ ପାଣି ପ୍ରବାହିତ ହେବା ସହ ବର୍ଷା ପାଣି ଲୋକଙ୍କ ଘର ଭିତରେ ପସିଥିଲା। ଫଳରେ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବର୍ଷା ପାଣିରେ କାହାର ଖାଇବା ସାମଗ୍ରୀ ଓଦା ହୋଇଯାଇଥିଲା ତ ଆଉ କାହାର ଆସବାବପତ୍ର ପାଣିରେ ଭାସୁଥଲା । ସବୁଠାରୁ ବେଶୀ ଅସୁବିଧା ଭୋଗିଥିଲେ ସହରର ତଳି ଅଂଚଳର ଲୋକେ। ଏପରିକି ଉତ୍ତ୍ୟକ୍ତ ଲୋକ ଖ୍ରୀଷ୍ଟିଆନ ପେଟା ନିକଟରେ ରାସ୍ତା ମଧ୍ୟ କିଛି ସମୟ ପାଇଁ ଅବରୋଧ କରିଥିଲେ। ପରେ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷ ସହରର ତଳି ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ ।

Spread the love