ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଳୀ: ପୁଣି ପରିବର୍ତ୍ତନ ହେଲା ଜେଇଇ ମେନ୍‌ ସେସନ-୧ ଓ ୨ ସିଡ୍ୟୁଲ।  ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଉଦ୍ଦିଷ୍ଟ ଜେଇଇ ମେନ୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।ସୂଚନା ମୁତାବକ ପୂର୍ବରୁ ଏପ୍ରିଲ ୨୧,୨୪,୨୫,୨୯, ମେ’ ୧ ଓ ୪ରେ ପ୍ରଥମ ପର୍ଯ୍ୟାୟ ଏବଂ ମେ’ ୨୪, ୨୫, ୨୬, ୨୭, ୨୮ ଓ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିଲା । ମେ ମାସ ହେବାକୁ ଥିବା ପରୀକ୍ଷାକୁ ଜୁନ ଓ ଜୁଲାଇକୁ ପରିବର୍ତ୍ତନ କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ବିଭିନ୍ନ ଦିଗକୁ ବିଚାର କରି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଥିବା ସୂଚନା ଦିଆଯାଇଛି ।  ସୂଚନା ଅନୁସାରେ ଜୁନ୍‌ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ସେସନ-୧ ପରୀକ୍ଷା କରାଯିବ । ପରେ ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ ସେସନ-୨ର ପରୀକ୍ଷା । ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସେସନ-୨ ପାଇଁ ଖୁବଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ । ସେସନ-୧ ପାଇଁ ପଞ୍ଜୀକରଣ ଶେଷ ହୋଇଛି।

Spread the love