ଜେଇଇ ମେନ୍‌ ୨୦୨୩ ସେସନ ୨ ଆଡମିଟ କାର୍ଡ ପ୍ରକାଶ ପାଇଲା, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍‌

ନେସନାଲ ଟେଷ୍ଟିଂ ଏଜେନ୍ସି (NTA) ପ୍ରକାଶ କଲା ଜେଇଇ ମେନ୍‌ ୨୦୨୩ ସେସନ ୨ ଆଡମିଟ କାର୍ଡ । ଅଫିସିଆଲ େଓ୍ଵବସାଇଟ jeemain.nta.nic.in.ରୁ ପ୍ରାର୍ଥୀ ଜେଇଇ ମେନ୍‌ ୨୦୨୩ ସେସନ ୨ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଅପ୍ରେଲ ୧୬ରେ ହେବାକୁ ଥିବା ପରୀକ୍ଷା ପାଇଁ ଆଡମିର୍ଟ କାର୍ଡ ପ୍ରକାଶ ପାଇଛି ।

ଜେଇଇ ମେନ୍‌ ୨୦୨୩ ସେସନ ୨ ର ପରୀକ୍ଷା ଏପ୍ରିଲ ୬,୮,୧୦,୧୧,୧୨,୧୩ ଓ ୧୫ ୨୦୨୩ରେ ହେବ ବୋଲି ସ୍ଥିର କରାଯାଇଛି । ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ କାର୍ଡ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ଡାଉନଲୋଡ କରିପାରିବେ । ପ୍ରାୟ ୯.୪ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେଉଛନ୍ତି ।

ଜେଇଇ ମେନ୍‌ ୨୦୨୩ ସେସନ ୨ ଆଡମିଟ କାର୍ଡ ଡାଉନଲୋଡ୍‌ ପାଇଁ ପ୍ରକ୍ରିୟା

ଅଫିସିଆଲ େଓ୍ଵବସାଇଟ୍‌ jeemain.nta.nic.in କୁ ଯାଆନ୍ତୁ-

• ହୋମ୍‌ ପେଜରେ ଆଡମିଟ କାର୍ଡ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ

• ଆପଣଙ୍କର ଆବଶ୍ୟକୀୟ ସୂଚନା ଦେଇ ଲଗ୍‌ ଇନ୍‌ କରନ୍ତୁ

• ଏବେ ସ୍କ୍ରିନ ଉପରେ ଆପଣଙ୍କର ଆଡମିଟ କାର୍ଡ ଦେଖାଯିବ

• ଡାଉନଲୋଡ୍‌ ଓ ଭବିଷ୍ୟତ କାର୍ଯ୍ୟ ପାଇଁ ପ୍ରିଣ୍ଟ କାଢ଼ି ନିଅନ୍ତୁ

Spread the love