ବିରୋଧୀଙ୍କୁ ଦମନ କରିବାର ଶାସକ ବିଜେଡିର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ: ଜୁଏଲ ଓରାମ

ଭୁବନେଶ୍ୱର : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯୁବମୋର୍ଚ୍ଚା ଆରମ୍ଭ କରିଥିବା ସଂଗ୍ରାମ ପ୍ରତି ରାଜ୍ୟବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ବିରୋଧୀଙ୍କୁ ଦମନ କରିବାର ଶାସକ ବିଜେଡିର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ । ଏପରିକି ହୀନ ଷଡଯନ୍ତ୍ର ରଚି ବିରୋଧୀଙ୍କ ସ୍ୱରକୁ ଚାପି ଦେବାର ପ୍ରୟାସ ଜାରୀ ରଖିଛି ବିଜେଡି ସରକାର । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ପର୍ଦ୍ଦାଫାଶ ଦାବୀରେ ଆନେ୍ଦାଳନରତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଆକ୍ରୋଶମୁଳକ ଭାବେ ଗିରଫ କରି ଜେଲରେ ଭର୍ତି କରିଦେବା ଭଳି ଘଟଣା ଆଜି ସମସ୍ତଙ୍କୁ ଆଚମ୍ବିତ କରିଛି । ସ୍ୱେଚ୍ଛାଚାରୀ ଓ ଭ୍ରଷ୍ଟାଚାରୀ ବିଜେଡି ଶାସନର ଅନ୍ତ ସମୟ ଆସିଯାଇଛି ବୋଲି ସୁନ୍ଦରଗଡ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ।
ଶ୍ରୀ ଓରାମଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗିରଫ ହୋଇ ଜେଲରେ ଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଥିଲେ । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡଜେନା, ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love