କଏଦୀ କହୁଛନ୍ତି ଜେଲର୍‌ଙ୍କ କାର୍‌ନାମାର କଥା, ବିଚାରଧୀନ ବନ୍ଦୀ ଆତ୍ମହତ୍ୟା କରିନି-ତାକୁ ମାରିଦିଆଯାଇଛି

ଜେଲରେ ଅପରାଧୀଙ୍କ ଅପରାଧ ପ୍ରବଣ ମାନସିକତା, ଆଚାର ବ୍ୟବହାରରେ ପରିବର୍ତ୍ତନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ହେଉଛି । କିନ୍ତୁ ଯଦି ଜେଲ ଭିତରେ ମଧ୍ୟ ଅପରାଧୀଙ୍କୁ ଅପରାଧ କରିବା ପାଇଁ ସୁଯୋଗ ଦିଆଯିବ ତାହା ହେଲେ, ଅପରାଧ ସୀମା ଟପିଯିବ । ଏହିଭଳି ଜେଲ ଭିତରେ ହେଉଥିବା ସମସ୍ୟାକୁ ସାମ୍ନାକୁ ଆଣିବା ଯୋଗୁଁ ନିର୍ଯାତନା ଦିଆଯାଉଥିବା ଘଟଣା ବଢିଛି । ଏହି ଘଟଣାକୁ ବିରୋଧ କରି ଉପକାରାଗାରରେ ଯୁବକଙ୍କ ଆତ୍ମହତ୍ୟା କୁହାଯାଉଥିବା ଘଟଣା ଭିନ୍ନ ମୋଡ଼ ନେଇଛି ।

ଜେଲରେ ଥିବା ବିଚାରାଧୀନ ବନ୍ଦୀଙ୍କୁ ନିର୍ଯାତନା ଦେବା ପରେ ଏହି ଘଟଣାର କାରଣ ଏବେ ସାମ୍ନାକୁ ଆସିଛି । ନ୍ୟୁଜ ସେଭେନ ହାତରେ ଲାଗିଥିବା ଏହି ଭିଡ଼ିଓରେ ଜେଲ ଭିତରେ ଥିବା ଜଣେ ବନ୍ଦୀଙ୍କୁ କେମିତି ମାଡ଼ ମରାଯାଉଛି ଓ ଜେଲ ଭିତରେ ହେଉଥିବା ମାଦବଦ୍ରବ୍ୟର କାରବାର ଓ ନିମ୍ନ ମାନର ଖାଦ୍ୟକୁ ବିରୋଧ କରାଯିବାରୁ ଯୁବକଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୁପ ଦିଆଯାଉଥିବା କୁହାଯାଇଛି । ପୂର୍ବରୁ ଜେଲ ଭିତରେ ଯୁବକଙ୍କ ଆତ୍ମହତ୍ୟାକୁ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରୁଥିବା ବେଳେ ଏବେ ଏହି ଭିଡ଼ିଓରେ ଏକ ଚାଂଚଲ୍ୟକର ତଥ୍ୟ ମିଳିଛି । ଯାହା ଫଳରେ ଜେଲ ଭିତରର ସୁରକ୍ଷା ଓ ନିର୍ଯାତନା ଦିଆଯାଇଥିବା କଥା ସାମ୍ନାକୁ ଆସିଛି ।ଏମିତି ଭିଡ଼ିଓ ଆସିଛି ସୋର ଉପ-କାରାଗାରରୁ ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଅପ୍ରତିପୁର ଗାଁର କମଳାକାନ୍ତ ବାରିକ ନିଜ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ବିଚାରାଧୀନ ବନ୍ଦୀ ଭାବେ ଭଦ୍ରକ ଜେଲରେ ରହୁଥିଲେ, କୋଭିଡ଼ ପାଇଁ ତାଙ୍କୁ ସୋର ଉପକରାଗାରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨୩ ମେ’ରେ ଜେଲ ଭିତରେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ମୃତ କମଳାକାନ୍ତଙ୍କ ବେକ ଓ ଆଖିପତାରେ କ୍ଷତ ଚିହ୍ନ ରହିଥିଲା । କମଳାକାନ୍ତଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗରେ ଜେଲ ସମ୍ମୁଖରେ ଧାରଣାରେ ବସିଥିଲେ ।

ଏବେ ଜେଲ ଭିତରୁ ଏହି ଘଟଣାକୁ ନେଇ ଏକ ଭିଡ଼ିଓ ନ୍ୟୁଜ ସେଭେନ ହାତରେ ଲାଗିଛି । ଯେଉଁ ଭିଡ଼ିଓରେ ଉମାକାନ୍ତ ଦାସ ନାମକ ବିଚାରାଧୀନ ବନ୍ଦୀ ଏହି ଘଟଣାର ଖୁଲାସା କରିଛନ୍ତି । ଏହି ଘଟଣାରେ ଜେଲରେ ନିମ୍ନମାନର ଖାଦ୍ୟ ଓ ମଦକଦ୍ରବ୍ୟର ବ୍ୟବହାର ହେଉଛି । ବିରୋଧ କରିବା ଯୋଗୁଁ ଜେଲର ମାଡାମ ଓ ଜେଲର ବନ୍ଦୀମାନେ ବହୁ ନିର୍ଯାତନା ଦେଉଛନ୍ତି । କମଳାକାନ୍ତଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ ଏହି ଘଟଣା ଏବେ ଚଞ୍ଚଲ୍ୟ ଖେଳାଇଦେଇଛି ।

Spread the love