ଜେଲେନସ୍କିଙ୍କୁ ପୁଣି ହତ୍ୟା ପାଇଁ ଯୋଜନା

ନୂଆଦିଲ୍ଲୀ ୨୯/୦୩:  ବଞ୍ଚିଗଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଋଷିଆର ହତ୍ୟା ଷଡଯନ୍ତ୍ର ମାରିଲା ଫେଲ୍ ।ଋଷିଆ ସ୍ପେଶାଲ ସର୍ଭିସ୍ ନେତୃତ୍ୱରେ ଜେଲେନସ୍କିଙ୍କୁ ମାରିବା ପାଇଁ ଆସିଥିବା ଏକ ୨୫ ଜଣିଆ ଗ୍ରୁପ୍ ଧରା ପଡିଯାଇଛି । ଏନେଇ ଏକ ରିପୋର୍ଟରୁ ଜଣାପଡିଛି । ପୂର୍ବରୁ ମଧ୍ୟ ଜେଲେନସ୍କିଙ୍କୁ ଅନେକ ଥର ହତ୍ୟା ପାଇଁ ଯୋଜନା ହୋଇଥିଲା । କିନ୍ତୁ ବାରମ୍ବାର ସେ ବର୍ତ୍ତି ଯାଉଛନ୍ତି ।

କିଭ୍ ପୋଷ୍ଟ୍ ଦ୍ୱାରା ଏକ ଟ୍ୱିଟରେ କୁହାଯାଇଛି ଯେ, ସ୍ଲୋଭାକିଆ-ହଙ୍ଗେରୀ ସୀମା ପାଖରୁ ଋଷ ସ୍ପେଶାଲ ସର୍ଭିସର ୨୫ କମାଣ୍ଡୋଙ୍କୁ ଅଟକ ରଖାଯାଇଛି । ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ଲକ୍ଷ୍ୟରେ ଆସିଥିଲେ । ଏବେ ୟୁକ୍ରେନ ରାଷ୍ଟ୍ରପତି ମସ୍କୋର ଏକ ନମ୍ବର ଟାର୍ଗେଟରେ ରହିଛନ୍ତି । ସେମାନେ ୟୁକ୍ରେନ ସୀମାରେ ପଶି ଜେଲେନସ୍କି ଓ ତାଙ୍କ ପରିବାର ଲୋକଙ୍କୁ ଖୋଜାଖୋଜି କରିବା ପାଇଁ ଆସିଥିଲେ ।

ଏହା ପୂର୍ବରୁ ମଧ୍ୟ ଗତ ଫେବୃଆରୀରେ ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଏପରି ମୋଟ୍ ୩ ଥର କରାଯାଇଥିଲା । କିନ୍ତୁ ସବୁ ପ୍ରୟାସ ବିଫଳ ହୋଇଥିଲା । ଋଷ ଅନେକ ଅନେକ ଗ୍ରୁପ୍ କରି ଯବାନଙ୍କୁ ପଠାଇଥିଲେ ବି ସେମାନେ ସଫଳତା ପାଇନଥିଲେ । ଏପରିକି ଜେଲେନସ୍କି ମଧ୍ୟ ଲଗାତର ଭାବେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ଆସୁଛନ୍ତି ।

Spread the love