ଜୋ ବାଇଡେନ, କମଲା ହାରିସଙ୍କୁ ଶଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ୭୭ ବର୍ଷ ବୟସ୍କ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆହୁରି ଉନ୍ନତି ପାଇଁ ଆଶା ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଭାରତ-ଆମେରିକା ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଜୋ ବାଇଡେନ୍, ଆପଣଙ୍କ ବିଜୟ ପାଇଁ ଆପଣଙ୍କୁ ଅଭିନନ୍ଦନ। ଉପରାଷ୍ଟ୍ରପତି ଭାବରେ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବାରେ ଆପଣଙ୍କର ଅବଦାନ ମହତ୍ବପୂର୍ଣ୍ଣ ଥିଲା। ଭାରତ-ଆମେରିକା ସମ୍ପର୍କକୁ ଅଧିକ ଉଚ୍ଚତାକୁ ନେବା ପାଇଁ ମୁଁ ପୁଣି ଥରେ ଏକାଠି କାମ କରିବାକୁ ଆଗ୍ରହୀ। ଏଥିସହ ସେ କହିଛନ୍ତି, କମଲା ହାରିସ୍, ଆପଣଙ୍କ ପାଇଁ ଶୁଭକାମନା। ତୁମର ବିଜୟ ଏକ ଗାଇଡ୍ ଏବଂ ଏହା ସମସ୍ତ ଭାରତୀୟ-ଆମେରିକୀୟଙ୍କ ପାଇଁ ମଧ୍ୟ ଗର୍ବର ବିଷୟ। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ତାଙ୍କ ସହ କାମ କରିବାକୁ ଆଗ୍ରହୀ ଥିବା କହିଛନ୍ତି।

Spread the love